ରାଜନୀତି

ଭୋଟ: କେବେ କେଉଁଠି, କଡ଼ାକଡ଼ି ପାଳନ ହେବ ଆଦର୍ଶ ଆଚରଣ ବିଧି – Kalinga News

[ad_1]

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଜୁନ୍ ପହିଲା ପର୍ଯ୍ୟନ୍ତ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ ଏବଂ ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ଆଜି ନିର୍ବାଚନ କମିସନ ଘୋଷଣା କରିଛନ୍ତି। ଏହା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସମସ୍ତ ରାଜନୈତିକ ଦଳ ଓ ସେମାନଙ୍କ ନେତାଙ୍କୁ ନିର୍ବାଚନ ପୂର୍ବରୁ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ବାବଦରେ ସତର୍କ କରାଇ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି। ଏହା ସହିତ ସରକାରଙ୍କୁ ନୀତିଗତ ନିଷ୍ପତ୍ତି ଘୋଷଣା କରିବାକୁ ନିର୍ବାଚନ କମିସନ ବାରଣ କରିଛନ୍ତି।

ସୂଚନାଯୋଗ୍ୟ, ଆଦର୍ଶ ଆଚଚରଣ ବିଧି ହେଉଛି ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶାବଳୀ । ଏହି ନିୟମରେ ଭାଷଣ, ମତଦାନ ଶୃଙ୍ଖଳା, ପୋଲିଂ ବୁଥ୍, ନିର୍ବାଚନୀ ଇସ୍ତାହାର, ଶୋଭାଯାତ୍ରା ଓ ସାଧାରଣ ଆଚରଣର ବିଷୟବସ୍ତୁଠାରୁ ଆରମ୍ଭ କରି ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ଆଦି ପ୍ରସଙ୍ଗ ରହିଛି। ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ର ଦୁରୁପଯୋଗ ଉପରେ ଏଥର ନିର୍ବାଚନ କମିସନଙ୍କ ସତର୍କ ନଜର ରହିଛି। ସୋସିଆଲ ମିଡିଆରେ ନିର୍ବାଚନକୁ ନେଇ ଭୁଲ୍‌ ତଥ୍ୟ ଓ ବିଭ୍ରାନ୍ତି ପ୍ରସାର ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋସିଆଲ ମିଡିଆରେ ସମାଲୋଚନା କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଥିଲେ ମଧ୍ୟ କେହି ମିଥ୍ୟା ଖବର ପ୍ରଚାର କରିପାରିବେ ନାହିଁ ବୋଲି କମିସନ ସତର୍କ କରାଇ ଦେଇଛନ୍ତି।

ହିଂସାମୁକ୍ତ ନିର୍ବାଚନ ପାଇଁ ପ୍ରତିଶ୍ରୁତିବଦ୍ଧ
ସୋସିଆଲ ମିଡିଆ ଉପରେ ସତର୍କ ନଜର
ମାଗଣା ଘୋଷଣା ଶତ ପ୍ରତିଶତ ବନ୍ଦ ହେବ
ଅନ୍ତଃରାଜ୍ୟ ସୀମାରେ ଡ୍ରୋନ୍‌ ଦ୍ବାରା ଯାଞ୍ଚ

ମୁଖ୍ୟ ନିର୍ବାଚନ କମିସନର (ସିଇସି) କହିଛନ୍ତି ଯେ ଆମେ ସମସ୍ତ ରାଜ୍ୟର ଏଜେନ୍ସିମାନଙ୍କ ସହ ବୈଠକ କରିଛୁ ଏବଂ ତୁରନ୍ତ ଦିଲ୍ଲୀରେ ଏକ ବୈଠକ କରିବାକୁ ଯାଉଛୁ । ମାଗଣା ଘୋଷଣା ସହିତ ନଗଦ ଟଙ୍କା ଓ ମଦ ବିତରଣକୁ ଶତ ପ୍ରତିଶତ ବନ୍ଦ କରାଯିବାକୁ ପଦକ୍ଷେପ ନିଆଯିବା ପାଇଁ କୁହାଯାଇଛି। ନିର୍ବାଚନ ସମୟରେ ଗତ ୧୧ ବର୍ଷ ମଧ୍ୟରେ ୩୪୦୦ କୋଟି ଟଙ୍କାର ନଗଦ କାରବାରକୁ ରୋକାଯାଇଛି। କେତେକ ରାଜ୍ୟରେ ହିଂସା ଅଧିକ ରହିଥିବା ବେଳେ ଆଉ କେଉଁଠି ଅର୍ଥବଳ ଅଧିକ ତ କେଉଁଠି ଭୌଗୋଳିକ ସମସ୍ୟା ରହିଛି। ନିର୍ବାଚନରେ ଅର୍ଥବଳ ଓ ବାହୁବଳକୁ ରୋକିବା ପାଇଁ କମିସନ ସର୍ବଦା ସତର୍କ ରହିଛନ୍ତି ବୋଲି ସିଇସି କହିଛନ୍ତି। ହିଂସା ରୋକିବା ପାଇଁ ଅଭିଯୋଗ ମିଳିବା ମାତ୍ରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ କଣ୍ଟ୍ରୋଲ ରୁମ୍ ରହିବ। ଟିଭି, ସୋସିଆଲ ମିଡିଆ ଓ ୱେବକାଷ୍ଟିଂ ଉପରେ ସ୍ବତନ୍ତ୍ର ଟିମ୍‌ ଅହରହ ନଜର ରଖିବେ। ଯେଉଁଠି ଅଭିଯୋଗ ଆସିବ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହିଂସା ରୋକିବା ପାଇଁ ପୁଲିସ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିବ ଏବଂ ଅପରାଧୀ ତତ୍ତ୍ବଙ୍କୁ ନିୟନ୍ତ୍ରଣରେ ରଖାଯିବ । ଏବେ ଅନ୍ତର୍ଜାତୀୟ ଓ ଆନ୍ତଃରାଜ୍ୟ ସୀମା ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଡ୍ରୋନ୍ ସାହାଯ୍ୟରେ ଯାଞ୍ଚ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି। କୌଣସି ଅଭିଯୋଗ ମିଳିବା ମାତ୍ରେ ୧୦୦ ମିନିଟ୍ ମଧ୍ୟରେ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ।

ମତଦାନ ଲାଗି ପରିଚୟପତ୍ର ଲୋଡ଼ା, ୧୨ ତାଲିକା ଧରାଇଛନ୍ତି ଆୟୋଗ

ଆଧାର କାର୍ଡ

ପାନ୍ କାର୍ଡ

ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର

କେନ୍ଦ୍ର/ରାଜ୍ୟ ସରକାର/ ସରକାରୀ ଉଦ୍ୟୋଗ/ ଘରୋଇ କମ୍ପାନିମାନଙ୍କଠାରୁ ପ୍ରାପ୍ତ ଫଟୋ ସହିତ ସେବା ପରିଚୟ କାର୍ଡ

ବ୍ୟାଙ୍କ/ ଡାକଘର ଦ୍ବାରା ଦିଆଯାଇଥିବା ଫଟୋ ସହିତ ପାସବୁକ୍

ଶ୍ରମ ମନ୍ତ୍ରଣାଳୟର ଯୋଜନା ଅଧୀନରେ ମିଳିଥିବା ସ୍ବାସ୍ଥ୍ୟ ବୀମା ସ୍ମାର୍ଟକାର୍ଡ

ଡ୍ରାଇଭିଂ ଲାଇସେନ୍ସ 8ଭାରତୀୟ ପାସପୋର୍ଟ

ଆର୍‌ଜିଆଇ ଅଧୀନରେ ଏନ୍‌ପିଆର୍ ଦ୍ବାରା ଜାରି ସ୍ମାର୍ଟକାର୍ଡ

ଫଟୋ ଥିବା ପେନ୍‌ସନ୍ ଦସ୍ତାବିଜ

ସାଂସଦ/ବିଧାୟକ/ବିଧାନ ପରିଷଦ ସଦସ୍ୟଙ୍କୁ ଦିଆଯାଇଥିବା ସରକାରୀ ପରିଚୟପତ୍ର

ମନରେଗା କାର୍ଡ

୨୦୧୯ରେ ୪ଟି ଓ ୨୦୧୪ରେ ୨ଟି ପର୍ଯ୍ୟାୟରେ ଭୋଟ୍‌ ହୋଇଥିଲା

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ମଧ୍ୟ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ହୋଇଥିଲା। ସେହିବର୍ଷ ଏପ୍ରିଲ୍‌ ୧୧ ତାରିଖରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ମତଦାନ। ମେ’ ୧୯ ତାରିଖରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଥିଲା। ତେବେ ଓଡିଶାରେ ମୋଟ୍‌ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୧ ତାରିଖରେ କଳାହାଣ୍ଡି,ନବରଙ୍ଗପୁର,ବ୍ରହ୍ମପୁର ଓ କୋରାପୁଟରେ ନିର୍ବାଚନ ହୋଇଥିଲା ଓ ଏହାର ସଂଲଗ୍ନ ୨୮ ଟି ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ରେ ବରଗଡ,ସୁନ୍ଦରଗଡ,ବଲାଙ୍ଗିର,କନ୍ଧମାଳ ଓ ଆସ୍କା ଲୋକସଭା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନରେ ଭୋଟ୍‌ ହୋଇଥିଲା। ଏପ୍ରିଲ ୨୩ ରେ ୬ ଟି ଲୋକସଭା ଆସନ ଯଥା ସମ୍ବଲପୁର,କେନ୍ଦୁଝର,ଢେଙ୍କକନାଳ,କଟକ,ପୂରୀ ଓ ଭୁବନେଶ୍ବର ସହ ୪୨ ଟି ବିଧାନସଭାରେ ଭୋଟ ହୋଇଥିଲା। ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ୬ଟି ଲୋକସଭା ଯଥା ମୟୂରଭଞ,ବାଲେଶ୍ବର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁରର ୪୧ଟି ବିଧାନସଭା ଆସନରେ ଭୋଟଗ୍ରହଣ ହୋଇଥିଲା। ସେବେ ନିର୍ବାଚନ ପ୍ରକ୍ରିୟା ଭିତରେ ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁଁ ସେଠି ଭୋଟ ଗ୍ରହଣକୁ ସ୍ଥଗିତ ରଖାଯାଇଥିଲା। ମେ’ ୨୩ ତାରିଖରେ ଫଳାପଳ ଘୋଷଣା ହୋଇଥିଲା

ସେହିଭଳି ୨୦୧୪ରେ ୨ଟିପର୍ଯ୍ୟାୟରେ ରାଜ୍ୟରେ ଭୋଟ ହୋଇଥିଲା।ଏପ୍ରିଲ୍‌ ୧୦ରେ ୧୦ ଟି ଲୋକସଭା ଯଥା ଆସ୍କା, ବରଗଡ, ବ୍ରହ୍ମପୁର, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୁନ୍ଦରଗଡରେ ଭୋଟ୍‌ ହୋଇଥିଲା। ବଳକା ୧୧ଟି ଲୋକସଭା ଆସନ ଅର୍ଥାତ୍ ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ ଓ ପୂରୀ ପାଇଁ ଏପ୍ରିଲ ୧୭ ରେ ଭୋଟଗ୍ରହଣ ହୋଇଥିଲା। ମେ’ ୧୬ ରେ ଫଳାଫଳ ଘୋଷଣା ହୋଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button