ଦେଶ- ବିଦେଶ
କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡସୋ ପାଇଁ ଅନୁମତି ମିଳିଲାନି – Kalinga News
[ad_1]
ନୂଆଦିଲ୍ଲୀ : ତାମିଲନାଡ଼ୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍ସୋ ପାଇଁ ଅନୁମତି ମିଳିନାହିଁ। ମାର୍ଚ୍ଚ ୧୮ ତାରିଖରେ କୋଏମ୍ବାଟୁରରେ ମୋଦୀଙ୍କ ରୋଡସୋ ପାଇଁ ଅନୁମତି ମଗାଯାଇଥିଲା। କିନ୍ତୁ ଜିଲ୍ଲା ପୁଲିସ କର୍ତ୍ତୃପକ୍ଷ ସୁରକ୍ଷା ବିପଦ ସମେତ ବିଭିନ୍ନ କାରଣ ଦର୍ଶାଇ ଏଥିପାଇଁ ଅନୁମତି ଦେଇନଥିଲେ। ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷିଣ ଭାରତ ଗସ୍ତର ଏହା ଅଂଶବିଶେଷ ଅଟେ। ଶିଳ୍ପାଞ୍ଚଳ ଟେକ୍ସଟାଇଲ ସହରରେ ମୋଦୀଙ୍କ ପାଇଁ ୩-୬ କିମି ରୋଡସୋ କରିବାକୁ ବିଜେପି ଅନୁମତି ମାଗିଥିଲା। କିନ୍ତୁ ବିଭିନ୍ନ ପ୍ରକାର ସୁରକ୍ଷା କାରଣ ଦର୍ଶାଇ ପୁଲିସ ଏଥିପାଇଁ ଅନୁମତି ଦେଇନାହିଁ। ମୋଦୀଙ୍କ ରୋଡସୋ ଯେଉଁଠାରେ ସରିବ ସେଠାରେ ୧୯୯୮ ସିୀରିଜ୍ ବୋମା ବିସ୍ଫୋରଣ ହୋଇଥିଲା। ତେବେ ଖାଲି ମୋଦୀ ନୂହନ୍ତି, କୌଣସି ରାଜନୈତିକ ଦଳକୁ ବି ଉକ୍ତ ଅଞ୍ଚଳର ସମ୍ବେଦନଶୀଳତା ପାଇଁ ରୋଡ୍ସୋ କରିବାକୁ ଅନୁମତି ମିଳିନାହିଁ।
[ad_2]