କର୍ଣ୍ଣାଟକର କିଛି ଅଂଶରେ ଗ୍ରୀଷ୍ମ ଲହରୀ ନେଇ ସତର୍କତା ଜାରି , ଆନ୍ଧ୍ରରେ ସ୍ବାଭାବିକଠାରୁ ଅଧିକ ତାପମାତ୍ରା – Kalinga News

[ad_1]
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ ଗ୍ରୀଷ୍ମଲହରୀ ନେଇ ଆଲର୍ଟ ଜାରି କରିଛନ୍ତି। ଆଇଏମଡି ଆଜି କର୍ଣ୍ଣାଟକରେ ଗ୍ରୀଷ୍ମ ଲହରୀ ନେଇ ସତର୍କତା ଜାରି କରିଛନ୍ତି। ପୂର୍ବରୁ ହୋଇଥିବା ଆକଳନ ଅନୁଯାୟୀ ଚଳିତ ଗ୍ରୀଷ୍ମ ଋତୁରେ କର୍ଣ୍ଣାଟକରେ ସ୍ବାଭାବିକ ଠାରୁ ଅଧିକ ଗରମ ହେବ। ତେବେ ତାପମାତ୍ରା ୩୫ ଡିଗ୍ରୀ ଟପିନପାରେ। ଅନ୍ୟପକ୍ଷେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପୁଡ଼ୁଚେରୀରେ ଖରା ସହ ଗରମ ହେବ ବୋଲି ଆଇଏମଡି ଆକଳନ କରିଛି। ଗୁରୁବାର ଦିନ ରୟାଲସୀମାରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିଲା। ଚଳିତ ଗ୍ରୀଷ୍ମ ଋତୁରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅଧିକ ଗରମ ହେବ। ୨୦୨୩ରେ ଆନ୍ଧ୍ରପ୍ରଦେଶ ୨୧ଟି ଗ୍ରୀଷ୍ମଲହରୀ ଦେଖିଛି। ତେଲେଙ୍ଗାନାର ବିଭିନ୍ନ ଅଂଶରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହୁଥିବାରୁ ରାଜ୍ୟରେ ସ୍କୁଲ୍ ଗୁଡ଼ିକ ହାଫ୍ ଡେ କରାଯାଇଛି। ପ୍ରାଥମକ, ଉଚ୍ଚ ପ୍ରାଥମିକ ଏବଂ ହାଇ ସ୍କୁଲ ପାଇଁ ଗଣ ଶିକ୍ଷା ବିଭାଗ ହାଫ୍ ଡେ ଘୋଷଣା କରିଛନ୍ତି। ସେହିପରି ସରକାରୀ ସ୍କୁଲ ଗୁଡ଼ିକରେ ଏଣିକି ଅପରାହ୍ନ ୧୨.୩୦ରେ ମଧ୍ୟାହ୍ନ ଭୋଜନ ଦିଆଯିବ।
[ad_2]