ଦେଶ- ବିଦେଶ

ମହାରାଷ୍ଟ୍ରରେ ବିଜେପି ୬ ସାଂସଦଙ୍କୁ ଟିକେଟ ଦେଇନି – Kalinga News

[ad_1]

ନୂଆଦିଲ୍ଲୀ : ବିଜେପି ଗତକାଲି ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ବିଜେପି ୭ ଜଣ ବର୍ତ୍ତମାନର ସାଂସଦଙ୍କୁ ବାଦ୍ ଦେଇଛି। ସବୁଠାରୁ ଅଧିକ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ବିଜେପି ଟିକେଟ ଦେଇଛି। ଟିକେଟ ପାଇନଥିବା ପ୍ରାର୍ଥୀମାନେ ହେଉଛନ୍ତି ଜଲଗାଓଁର ଉମେଶ ପାଟିଲ, ଅକୋଲାର ସଂଜୟ ଧୋତ୍ରୋ, ଉତ୍ତର ମୁମ୍ବାଇର ଗୋପାଲ ସେଟ୍ଟି, ଉତ୍ତର ପୂର୍ବ ମୁମ୍ବାଇର ମନୋଜ କୋଟକ, ପୁନେର ଗିରିଶ ବାପତ ଏବଂ ବିଡର ପ୍ରିତମ ପାଣ୍ଡେ। ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ବିଜେପି ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ଜାରି କରିଥିଲା। ଦ୍ବିତୀୟ ତାଲିକାରେ ବିଜେପି ନୀତିନ ଗଡ଼କରୀଙ୍କୁ ନାଗପୁରରୁ ପ୍ରାର୍ଥୀ କରିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନାଁ ମଧ୍ୟ ଦଳ ଦ୍ବିତୀୟ ତାଲିକାରେ ଘୋଷଣା କରିଛନ୍ତି। ବିଡ୍ ଲୋକସଭା ଆସନରେ ଦଳ ପଙ୍କଜା ମୁଣ୍ଡେଙ୍କୁ ପ୍ରାର୍ଥୀ କରିଛି। ବିଜେପି ମଧ୍ୟ ଦ୍ବିତୀୟ ତାଲିକାରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନଭେ, ଭାରତୀ ପାୱାର ଏବଂ ଡକ୍ଟର ସୁଭାଷ ରାମରାଓ ଭମରେଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ବିଜେପି ୨୦୧୯ରେ ଜିତିଥିବା ୩ଟି ଲୋକସଭା ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନି। ଏଥିରେ ମୁମ୍ବାଇ ନର୍ଥ ସେଣ୍ଟ୍ରାଲ୍ ରହିଛି। ଦ୍ବିତୀୟ ତାଲିକାରେ ବିଜେପି ମହାରାଷ୍ଟ୍ରରେ ୨୦ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ୨୦୧୯ରେ ବିଜେପି ମହାରାଷ୍ଟ୍ରରେ ୨୫ରୁ ୨୩ଟି ଲୋକସଭା ଆସନରେ ଜିତିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button