ଦେଶ- ବିଦେଶ

ଆନ୍ଧ୍ରରେ ୧୫୧ ଆସନରେ ଲଢ଼ିବ ନାଇଡ଼ୁଙ୍କ ଦଳ, ବାକି ଆସନରେ ଲଢ଼ିବ ଜନ ସେନା – Kalinga News

[ad_1]

ହାଇଦ୍ରାବାଦ : ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନ ସେନା ଦଳ ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୧୮ ନାଁ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନରେ ନାଇଡ଼ୁଙ୍କ ଦଳ ୧୫୧ଆସନରେ ଲଢ଼ିବ ଏବଂ ଜନସେନା ବାକି ୨୪ ଆସନରେ ଲଢ଼ିବ। ଆନ୍ଧ୍ରପ୍ରଦେଶରେ ମୋଟ ୧୭୫ଟି ବିଧାନସଭା ଆସନ ରହିଛି। ନାଗା ଲୋକେଶ ମଙ୍ଗଳଗିରିରୁ ନିର୍ବାଚନ ଲଢ଼ିବେ ଏବଂ ଟିଡିପି ସୁପ୍ରିମୋ କୁପ୍ପମ ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢ଼ିବେ। ଭବିଷ୍ୟତରେ ବିଜେପି କାଳେ ଟିଡିପି-ଜନସେନା ମେଣ୍ଟରେ ଯୋଗ ଦେବ ତାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଆସନ ଆବଣ୍ଟନ ହୋଇଛି। ଆଗକୁ ଏଥିରେ ପରିବର୍ତ୍ତନ କରାଯାଇପାରେ। ନାଇଡୁ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ଏକ ବଡ଼ ଉଦ୍ୟମ ଦିଗରେ ଏହା ପ୍ରଥମ ପଦକ୍ଷେପ। ବିଜେପି ସହ ମେଣ୍ଟ ପାଇଁ ଆଲୋଚନା ଜାରି ରହିଛି ବୋଲି ଟିଡିପି ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୧୧୮ ନାଁ ମଧ୍ୟରୁ ଟିଡିପିର ୯୪ ଜଣ ଥିବାବେଳେ ଜନସେନାର ୨୪ ଜଣ ଅଛନ୍ତି। ଟିଡିପି ତାଲିକାର ୯୪ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କୁ ସମ୍ପୂର୍ଣ୍ଣ ନୂଆ କରି ସୁଯୋଗ ମିଳିଛି। ଉଲ୍ଲେଖଯୋଗ୍ୟ ଯେଯ ଆନ୍ଧ୍ରପ୍ରଦେଶରେ ଚଳିତ ବର୍ଷ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାଠି ହେବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button