ଖେଳ ଖବର

ଅସ୍ତ୍ରୋପଚାରର ୧୫ଦିନ ପରେ ଏଭଳି ରହିଛି ସାମିଙ୍କ ଅବସ୍ଥା, ଫଟୋ ସେୟାର କରି ଦେଲେ ସୂଚନା – Kalinga News

[ad_1]

ନୂଆଦିଲ୍ଲୀ: ଗୋଇଠି ସର୍ଜରୀ ହେବା ପରେ ଏବେ ବିଶ୍ରାମ ନେଉଛନ୍ତି ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଗତ ମାସରେ ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇଥିଲେ ସାମି। ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରି ଅସ୍ତ୍ରୋପଚାର ସଫଳ ହୋଇଥିବା ସାମି କହିଥିଲେ। ହେଲେ ସେ କେବେ ପଡ଼ିଆକୁ ଫେରିବେ ଏବଂ ଭାରତ ପାଇଁ ଖେଳିବେ ତାହା ଜଣାଇନଥିଲେ। ଏବେ ବିଶ୍ରାମ ନେଉଥିବାରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟସିରିଜ୍ ଖେଳିନଥିବା ସାମି ଆଇପିଏଲ ମଧ୍ୟ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ଏମଧ୍ୟରେ ସାମି ଏକ୍ସରେ ପୋଷ୍ଟ କରି ନିଜର ଅପଡେଟ୍ ଦେଇଛନ୍ତି। ନିଜର କିଛି ଫଟୋ ଏକ୍ସ‌ରେ ପୋଷ୍ଟ କରି ଅସ୍ତ୍ରୋପଚାରର ୧୫ଦିନ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ସାମି। ଫଟୋରେ ସାମି ନିଜ ଗୋଇଠିରୁ ଷ୍ଟିଚ୍ କାଢ଼ିବା ପାଇଁ ହସ୍ପିଟାଲ ଯାଇଥିବା ଦେଖାଯାଇଛି। ୩ଟି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର, ମୁଁ ମୋର ପୁନରୁଦ୍ଧାର ଯାତ୍ରା ବିଷୟରେ ଆପଣଙ୍କୁ ଅପଡେଟ୍ ଦେବାକୁ ଚାହେଁ। ମୋର ଅସ୍ତ୍ରୋପଚାର ହେବାର ୧୫ଦିନ ବିତିଗଲାଣି ଏବଂ ଏବେ ମୋର ଷ୍ଟିଚ୍ ଖୋଲିଦିଆଯାଇଛି। ଅସ୍ତ୍ରୋପଚାର ପରେ ମୋର ଯେତିକି ଉନ୍ନତି ହୋଇଛି ସେଥିପାଇଁ ମୁଁ କୃତଜ୍ଞ। ବର୍ତ୍ତମାନ ମୁଁ ମୋର ପରବର୍ତ୍ତୀ ଯାତ୍ରାକୁ ଅପେକ୍ଷା କରିଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button