ଖେଳ ଖବର

ବାପା ଆଣିଥିବା ଗମ୍ଭୀର ଅଭିଯୋଗକୁ ଖଣ୍ଡନ କରି ଜାଡୋଜା ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: କ୍ରିକେଟର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପାଇଁ ଖେଳିଥିଲେ। କିନ୍ତୁ ଆହତ କାରଣରୁ ଦ୍ୱିତୀୟ ମ୍ୟାଚରୁ ବାଦ୍‌ ପଡିଥିଲେ। ତେବେ ବର୍ତ୍ତମାନ ଜାଡେଜା ତୃତୀୟ ଟେଷ୍ଟ ପାଇଁ ପୁନର୍ବାର ଟିମ ଇଣ୍ଡିଆରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତଗୁରୁବାର ଜାଡୋଜା ଅନ୍ତର୍ଜାତୀୟ କ୍ରି‌କେଟରେ ନିଜର ୧୫ବର୍ଷ ପୂରା କରିଛନ୍ତି।

ଏହି କ୍ରମରେ କ୍ରିକେଟର ରବୀନ୍ଦ୍ର ଜାଡୋଜାଙ୍କୁ ନେଇ ବାପା ଅନିରୁଦ୍ଧ ସିଂ ଗମ୍ଭୀର ଅଭିଯୋଗ କରିଛନ୍ତି। ବାପା ପୁଅ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ପୁଅକୁ କ୍ରିକେଟର କରିବା ମୋର ଭୁଲ ହୋଇଗଲା। ପୁଅ ଉପରେ ତାର ସ୍ତ୍ରୀ ରିବାଭା ଯାଦୁ କରି ଦେଇଛି। ଯେଉଁ କାରଣରୁ ସେ ମୋତେ ଆଉ ପଚାରୁ ନାହିଁ।’

 

ତେବେ ବାପାଙ୍କ ଏଭଳି ଅଭି‌ଯୋଗକୁ ଖଣ୍ଡନ କରି ଜାଡେ‌ଜା ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଅଯଥାରେ ମୋ ସ୍ତ୍ରୀର ଓ ମୋର ଛବି ସମାଜରେ ଖରାପ କରିବାକୁ ଚେଷ୍ଟା କରାଯାଉଛି। ସାକ୍ଷାତକାରରେ ପ୍ରକାଶିତ ସମସ୍ତ ବିଷୟ ଭିତ୍ତିହୀନ। ମୋର ମଧ୍ୟ ବହୁତ କିଛି କହିବାକୁ ଅଛି। କିନ୍ତୁ ମୁଁ ଏସବୁକୁ ସର୍ବସାଧାରଣରେ କହିବାକୁ ଚାହୁଁନାହିଁ। କାରଣ ମୁଁ ସେମିତି ମଣିଷ ନୁହେଁ । ଆପଣ ବି ଏମିତି କରନ୍ତୁ ନାହିଁ।’

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button