ରାଜନୀତି

ଖଟ୍ଟରଙ୍କୁ ବଡ଼ ଦାୟିତ୍ବ: ହେବେ ପଞ୍ଜାବ ରାଜ୍ୟପାଳ ! – Kalinga News

[ad_1]

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବିଧାନସଭା ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଛନ୍ତି। ସେ ରାଜ୍ୟର କରନାଲ ବିଧାନସଭା ଆସନରୁ ବିଧାୟକ ଥିଲେ। ମିଡ଼ିଆ ରିପୋର୍ଟ ତଥା ବିଜେପି ଦଳୀୟ ସୂତ୍ରରୁ ପ୍ରକାଶ ଖଟ୍ଟରଙ୍କୁ ହାଇକମାଣ୍ଡ ବଡ଼ ଦାୟିତ୍ବ ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ତାଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଖଟ୍ଟର ପଞ୍ଜାବ ରାଜ୍ୟପାଳ ହେଲେ ଆମ୍ ଆଦମୀ ପାର୍ଟି ସରକାରଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବାକୁ ସକ୍ଷମ ହେବେ ବୋଲି ବିଜେପି ଚିନ୍ତା କରୁଛି। ଏବେ ପଞ୍ଜାବ ରାଜ୍ୟପାଳ ଭାବେ ବନୱାରୀ ଲାଲ ପୁରୋହିତ କାର୍ଯ୍ୟ କରୁଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସରକାରଙ୍କ ସହ ବନୱାରୀ ଲାଲଙ୍କର ବିବାଦ ଜାରି ରହିଛି। ଏବେ ପଞ୍ଜାବ ରାଜ୍ୟପାଳ ଭାବେ ଖଟ୍ଟର ଅବସ୍ଥାପିତ ହେଲେ ସେ ପଞ୍ଜାବ ସହିତ ହରିୟାଣା ଉପରେ ମଧ୍ୟ ନଜର ରଖି ପାରିବେ।
ଫେବ୍ରୁୟାରୀ ୨ରେ ବନୱାରୀ ଲାଲ ପୁରୋହିତ ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ତାଙ୍କ ଇସ୍ତଫା ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ ଙ୍କ ପାଖକୁ ପଠାଇ ଦେଇଥିଲେ। ତେବେ ଏହା ଏପର୍ଯ୍ୟନ୍ତ ରାଷ୍ଟ୍ରପତି ସ୍ବୀକାର କରି ନ ଥିଲେ। କୁହାଯାଉଛି ପୁରୋହିତଙ୍କ ଇସ୍ତଫା ସ୍ବୀକାର କରା ନ ଯିବା ହରିୟାଣା ଗେମ୍ ପ୍ଲାନ୍ ର ଅଂଶବିଶେଷ ଥିଲା।

ତେବେ ପୁରୋହିତ କହିଥିଲେ ଇସ୍ତଫା ପ୍ରଦାନ କରିବା ମ‌ୋର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ନିଷ୍ପତ୍ତି । ରାଷ୍ଟ୍ରପତି ତାଙ୍କୁ କାର୍ଯ୍ୟ ଜାରି ରଖିବାକୁ କହିଥିଲେ ବୋଲି ସେ ପ୍ରକାଶ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button