ଗର୍ଭବତୀ ନାହାନ୍ତି କି ସିଦ୍ଧୁଙ୍କ ମା’? ଗାୟକଙ୍କ ବାପା କରିଥିବା ପୋଷ୍ଟକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା – Kalinga News

[ad_1]
ଚଣ୍ଡୀଗଡ଼: କିଛି ଦିନ ତଳେ ଖବର ଆସିଥିଲା ଯେ ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପିତାମାତା ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି। ତାଙ୍କ ମା’ ୫୮ବର୍ଷ ବୟସରେ ଆଇଭିଏଫ୍ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭବତୀ ଥିବା ସହ ଯମଜ ସନ୍ତାନଙ୍କୁ ଜନ୍ମ ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଖବର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅନେକତାଙ୍କ ପାଇଁ ଖୁସି ହୋଇଥିଲା। ଏତେ ଦିନ ପରେ ଘରକୁ ଖୁସି ଫେରିବ ବୋଲି ଲୋକେ କହିବା ଆରମ୍ଭ କରିଥିଲେ। ହେଲେ ସିଦ୍ଧୁଙ୍କ ବାପା ଏବେ ଯେଉଁ ପୋଷ୍ଟ କରିଛନ୍ତି, ତାହା କିଛି ଅଲଗା ଇଙ୍ଗିତ କରୁଛି। ତାଙ୍କ ପୋଷ୍ଟ ଦେଖିଲେ ଜଣାପଡ଼ୁଛି ଯେ ତାଙ୍କ ପତ୍ନୀ ଚରଣ କୌର ଗର୍ଭବତୀ ନାହାନ୍ତି ଏବଂ କିଛି ଦିନ ହେବ ଯେଉଁ ସବୁ ଚର୍ଚ୍ଚା ହେଉଛି ତାହା ମିଛ।
Sambad is now on WhatsApp
Join and get latest news updates delivered to you via WhatsApp

ମଙ୍ଗଳବାର ଦିନ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ, “ଆମେ ସିଦ୍ଧୁଙ୍କ ପ୍ରଶଂସକଙ୍କ ପାଖରେ କୃତଜ୍ଞ, ଯେଉଁମାନେ ଆମ ପରିବାରକୁ ନେଇ ଚିନ୍ତିତ ଅଛନ୍ତି। କିନ୍ତୁ ଆମର ଅନୁରୋଧ ହେଉଛି ପରିବାର ବିଷୟରେ ଏତେଗୁଡ଼ିଏ ଗୁଜବ ପ୍ରଚାର ହେଉଛି ଯାହାକୁ ବିଶ୍ବାସ କରିବା ଅସମ୍ଭବ। ଯାହା ବି କିଛି ଭଲ ଖବର ଥିବ, ପରିବାର ଏହାକୁ ସମସ୍ତଙ୍କ ସହ ସେୟାର କରିବ।
[ad_2]




