ମନୋରଞ୍ଜନ

ଅନୁଭବଙ୍କ ହୃଦୟ ଜିତିଲେ Rani Panda, ଅନୁଭବଙ୍କ ପାଇଁ ଭାଙ୍ଗିଗଲା ରାଣୀ ପଣ୍ଡା ଙ୍କ ହୃଦୟ…

ବନ୍ଧୁଗଣ, ସୁପରଷ୍ଟାର ଅନୁଭବ ମହାନ୍ତି ରାଣୀ ପଣ୍ଡା ଙ୍କୁ ନେଇ କିଛି ବିଶେଷ ମନ୍ତବ୍ୟ ଦେଇଛନ୍ତି । ଅନୁଭବ ମହାନ୍ତି କହିଛନ୍ତି ଯେ ଭଲ ସ୍ତ୍ରୀ ଟିଏ ହେବେ ରାଣୀ, ଭଲ ବୋହୂଟିଏ ହେବେ ରାଣୀ, ଯାହାକୁ ରାଣୀ ବିବାହ କରିବେ ତା ଜୀବନ ସ୍ଵର୍ଗ ହୋଇଯିବ । ବାପା ମା’ ଙ୍କୁ ସ୍ନେହ ଶ୍ରଦ୍ଧା ଦେବା ସହିତ ତାଙ୍କ ସ୍ଵାମୀ ଙ୍କୁ ସେ ଦେବେ ସ୍ତ୍ରୀ ର ସୁଖ । ରାଣୀଙ୍କର ହୃଦୟ ବହୁତ ବଡ, ରାଣୀ ନିଜେ ଯାହା ମଧ୍ୟ ଅର୍ଥ ରୋଜଗାର କରନ୍ତି, ସେ ସବୁକୁ ବାଣ୍ଟି ଦିଅନ୍ତି ଗରିବ ଲୋକଙ୍କ କାମରେ ।

ଅନୁଭବ ଆଜି ପ୍ରଶଂସା କରିଛନ୍ତି ରାଣୀ ପଣ୍ଡା ଙ୍କୁ ନେଇ । କିନ୍ତୁ ସେ କହି ନାହାଁନ୍ତି ଯେ ହଁ ନା ନାଁ ତାଙ୍କର ଉତ୍ତର । କୁହାଯାଏ ଯେ ମନର ମଣିଷ ଯେତେବେଳେ ପସନ୍ଦ ଲାଗେ ସେତେବେଳେ ମନରୁ ଆସିଥାଏ ମନର ସାଥିପାଇଁ ଅନେକ ସାରା ସନ୍ନମାନ । ଏହା ଆସିଛି ଆଜି ଅନୁଭବ ଙ୍କ ହୃଦୟରୁ, ଅନୁଭବ କହିଛନ୍ତି ଯେ ସେ ଏତେ ରାଣୀ ଙ୍କ ସହିତ ମିଶିବାର ସୁଯୋଗ ପାଇ ନାହାଁନ୍ତି କିନ୍ତୁ ଯେତିକି ସେ ରାଣୀ ଙ୍କୁ ଜାଣିଛନ୍ତି,

ସେ ବହୁତ ସମାଜସେବା କରନ୍ତି ଯେତିକି ଟଙ୍କା ସେ ରୋଜଗାର କରନ୍ତି, ପାଖାପାଖି ସବୁକିଛି ସେ ଲୋକଙ୍କ ସହାୟତା କରିଥାନ୍ତି । ସେବା ମନୋବୃତି ଥିବା ଜଣେ ମଣିଷ ଅଟନ୍ତି ରାନୀ । ନିଶ୍ଚିତ ଭାବରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ତାଙ୍କ ପାଇଁ ମଙ୍ଗଳ କାମନା କରିବେ । ସେ ପ୍ରାର୍ଥନା କରିବେ ଯେ 2023 ଏବଂ ତାହା ପରେ ମଧ୍ୟ ତାଙ୍କ ଜୀବନରେ ସୁଖମୟ ହେଉ ତଥା ନ୍ବାହୁତ ଭଲରେ ସେ ରୁହନ୍ତୁ ।

ଏହା ସହିତ ସେ ଜଣେ ଉତ୍ତମ ସ୍ତ୍ରୀ ହେବା ସହିତ ଜଣେ ଉତ୍ତମ ବୋହୂ ମଧ୍ୟ ହେବାର କ୍ଷମତା ରଖୁଛନ୍ତି । ତେବେ ଅନୁଭବ ମହାନ୍ତି ଜୀବନସାଥିର ପ୍ରଥମ କର୍ତ୍ତବ୍ୟ କ’ଣ ହେବା ଉଚିତ ତାହା ସମ୍ବନ୍ଧରେ ଭି-ଡି-ଓ ମାଧ୍ୟମରେ କହିଛନ୍ତି । ମାତ୍ର ସେ ଉତ୍ତର ଦେଇ ନାହାଁନ୍ତି ଯେ ସେ ରାଣୀ ଙ୍କୁ ବିବାହ କରିବେ କି ନାହିଁ ? ବୋଧ ହୁଏ ତାଙ୍କର ଛାଡପତ୍ର ମାମଲା ସବଯୋଡିସ ଥିବାରୁ ଏ ନେଇ ସେ ମୁହଁ ଖୋଲିବାକୁ ଚାହୁଁ ନାହାଁନ୍ତି ।

ଅନୁଭବ ନିଜ ଜନ୍ମଦିନରେ ଏକ ପୋଷ୍ଟ ସୋସିଆଲ ମିଡିଆରେ କରି କହିଥିଲେ ଯେ ତାଙ୍କର ଯେବେ ବିବାଦ ବିଛେଦ ହେବ ସେବେ ତାଙ୍କ ଜୀବନର ପୁନ୍ନରଜନ୍ମ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button