ସ୍ୱାସ୍ଥ୍ୟ

ଥଣ୍ଡା, ଜ୍ୱର, କାଶ, ବନ୍ଦ ନାକ, ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର

ଏଲୋପାତି ମେଡିସିନର ପ୍ରୟୋଗ କରିବା ପୂର୍ବରୁ ଯଦି ଆପଣ କିଛି ଘରୋଇ ଉପଚାରର ପ୍ରୟୋଗ କରିବେତେବେ ଆପଣଙ୍କର ତୁରନ୍ତ ଥଣ୍ଡା, କାଶ, କଫ ଭଳି ସମସ୍ୟା ଦୂର କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଏହି ସବୁ ସମସ୍ଯା ଦୂର ହେବ ।

ଏକ ପାତ୍ରରେ ୨ରୁ ୩ ଗ୍ଳାସ ପାଣି ନିଅନ୍ତୁ । ପାଣି ଗରଣ ହେବା ପରେ ଅଧା ଚାମଚ ଗୋଲମରୀଚ ନିଅନ୍ତୁ । ଏହା ପରେ ଜୀରା ର ଆବଶ୍ୟକ ରହିଛି ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଏବେ ଆପଣଙ୍କୁ ଆବଶ୍ୟକ ପଡିବ ଛୋଟ ଖଣ୍ଡ ଅଦା । ଅଦାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ଏହି ୩ଟି ସାମଗ୍ରୀକୁ ଦର ଛେଚା କରି ବାଟି ଦିଅନ୍ତୁ ।

ତାପରେ ଫୁଟୁଥିବା ପାଣିରେ ଏହି ସବୁ ସାମଗ୍ରୀକୁ ପକାଇ ଦିଅନ୍ତୁ । ଏବେ ଏହାକୁ ୧୦ ମିନିଟ ଯାଏଁ ଭଲରେ ଫୁଟାନ୍ତୁ । ଯେମିତି ସବୁ ସାମଗ୍ରୀ ପୋଷାକ ତତ୍ତ୍ଵ ପାଣିକୁ ଆସିଯିବ । ଆଣି ଫୁଟିବା ପରେ କିଛି ସମୟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ତାପରେ ଏହାକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ । ଏବେ ଏଥିରେ ଫାଳେ ଲେମୁ ଆଡ କରନ୍ତୁ । ଲେମ୍ବୁ ଭିଟାମିନ-ସି ରେ ଭରପୁର ଅଟେ ।

ଲେମ୍ବୁରୁ ମିଳୁଥିବା ଭିଟାମିନ୍ସ ଥଣ୍ଡା, କାଶ, କଫ କୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏହି କାଢାକୁ ଆପଣ ପ୍ରତିଦିନ ୨ ଥର ସେବନ କରନ୍ତୁ । ଖାଦ୍ଯ ଖାଇବାର ଅଧ ଘଣ୍ଟା ପୂର୍ବରୁ ବା ପରେ ଏହାର ସେବନ କରିପାରିବେ । ଦ୍ଵିତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ଅଧ ଚାମଚ ମହୁ, ଲେମ୍ବୁ ରସ ଓ ଅଧା ଚାମଚ ଡାଲଚିନି ଗୁଣ୍ଡ ।

ଏହି ୩ଟି ସାମଗ୍ରୀକୁ ଭଲରେ ମିଶ୍ରଣ କରନ୍ତୁ । ଏବେ ଆପଣଙ୍କର ହୋମ ମେଡ କଫ ଶିରଫ ପ୍ରସ୍ତୁତ ହୋଇଗଲା । ଦିନକୁ ୨ ଥର ଏହାକୁ ବନାଇ ସେବନ କରିବାକୁ ହେବ । ଯଦି ଆପଣଙ୍କୁ ଅଧିକ ଥଣ୍ଡା ସମସ୍ଯା ଅଛି ତେବେ ଏହା ତିଆରି କରି ଏକ ଚାମଚ ଲେଖାଏଁ ସେବନ କରନ୍ତୁ ।

ତୃତୀୟ ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ରସୁଣ ର । ପ୍ରଥମେ ଏକ ପାଖୁଡା ରସୁଣ ନେଇ ଏହାର ଚୋପା କାଢି ଦିଅନ୍ତୁ । ରସୁଣକୁ ଚୋବାଇ ଚୋବାଇ ଖାଆନ୍ତୁ । ଦେଖିବେ ଏହି ସବୁ ସାମଗ୍ରୀର ବ୍ୟବହାର ଦ୍ଵାରା ଥଣ୍ଡା, କାଶ, କଫ ସମସ୍ଯା ତୁରନ୍ତ ଭଲ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button