ଜ୍ୟୋତିଷ

ବିବାହ ପୂର୍ବରୁ ଝିଅ ଦେଖିବାକୁ ଯାଉଥିଲେ, ନିଶ୍ଚିତ ଭାବରେ ପଚାରନ୍ତୁ ଏହି ୪ ଗୋଟି ପ୍ରଶ୍ନ

ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯାହା ଜୀବନରେ ମାତ୍ର ଥରେ ହୋଇଥାଏ। କିନ୍ତୁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କ ମଧ୍ୟରେ ସଠିକ ତାଳମେଳ ରହିବା ଉଚିତ। ପୁଅ ଓ ଝିଅ ଉଭୟ ପରସ୍ପର ସହିତ ଉତ୍ତମ ବୁଝାମଣା ଓ ବିଶ୍ୱାସ ରଖିବା ଉଚିତ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଓ ପଣ୍ଡିତ ଥିଲେ।

ସେ ନିଜର ବୁଦ୍ଧି ଓ କୂଟନୀତି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ। ତାଙ୍କ ଦ୍ଵାରା ରଚିତ ହୋଇଥିବା ଚାଣକ୍ୟ ନୀତି ଗ୍ରନ୍ଥରେ ଅନେକ ଉପଦେଶ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ମନୁଷ୍ୟ ନିଜ ଜୀବନରେ ପ୍ରୟୋଗ କରି ସୁଖରେ ବଞ୍ଚି ପାରିବ। ଆସନ୍ତୁ ସେହି ବିଷୟରେ ଜାଣିବା। ଚାଣକ୍ୟ ନୀତି ଅନୁସାରେ ବିବାହ ପୂର୍ବରୁ ଝିଅ ମାନଙ୍କୁ କେଉଁ ପ୍ରଶ୍ନ ପଚାରିବା ଉଚିତ।

୧/ ବିବାହ ପାଇଁ ଝିଅ ଦେଖିବାକୁ ଯିବା ସମୟରେ ପ୍ରଥମ ପ୍ରଶ୍ନ ପଚାରିବା ଉଚିତ ଯେ କଣ ସେ ଏହି ବିବାହରେ ଖୁସି ଅଛି। କାରଣ ଝିଅମାନଙ୍କର ବିବାହ ତାଙ୍କ ପରିବାର ଲୋକେ ସ୍ଥିର କରିଥାନ୍ତି। କିନ୍ତୁ ଝିଅମାନେ ସେହି ବିବାହକୁ ନେଇ ଖୁସି ନଥାନ୍ତି। ଝିଅର କଥା କହିବାର ଶୈଳୀ ଓ ଭାବନାରୁ ତାର ମନ କଥା ଜଣା ପଡିଥାଏ । ତେଣୁ ଝିଅ ବିବାହ ପାଇଁ ରାଜି ଅଛି କି ନାହି ତାହା ଜାଣିବା ପୁଅର ନିହାତି ଜରୁରୀ ଅଟେ।

୨/ ଯଦି ଆପଣ ବିବାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି, ତାହେଲେ ଦିତୀୟ ପ୍ରଶ୍ନ ଏହା ପଚାରନ୍ତୁ କି ତାଙ୍କୁ କେଉଁଭଳି ପୁଅ ପସନ୍ଦ ଅଟେ। ଯେପରି ପ୍ରତ୍ୟେକ ଝିଅଙ୍କର ବିବାହକୁ ଓ ନିଜର ଜୀବନସାଥୀଙ୍କୁ ନେଇ ମନରେ ଅନେକ ସ୍ବପ୍ନ ରହିଥାଏ।

୩/ ତୃତୀୟ ପ୍ରଶ୍ନ ପଚାରନ୍ତୁ କି, ଝିଅଟିକୁ ଶାକାହାରୀ ନା ମାଂସାହାରୀ ଭୋଜନ ପସନ୍ଦ ଅଟେ। ଯଦି ଝିଅଟି ମାଂସାହାରୀ ହୋଇଥାଏ, ତାହେଲେ ସେ ଶାକାହାରୀ ଭଳି ଜୀବନ ଅତିବାହିତ କରି ପାରିବ କି ନାହିଁ। ଆଉ ଯଦି ଝିଅଟି ମାଂସାହାରୀ, ତାହେଲେ ତାକୁ କଣ ସେଭଳି ପୁଅ ଦରକାର ତାହା ପଚାରନ୍ତୁ। ଏହି କଥା ଜାଣିବା ପରେ ବିବାହ ପାଇଁ ସ୍ଵୀକୃତି ଦେବା ଉଚିତ।

୪/ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଝିଅର ପସନ୍ଦ ନାପସନ୍ଦ ଜାଣିବା ନିହାତି ଜରୁରୀ ଅଟେ। ଯେପରି ଝିଅକୁ କିପରି ଜୀବନଶୈଳୀ ପସନ୍ଦ, ଖାଇବାରେ କଣ ପସନ୍ଦ, କେମିତି କପଡା ପିନ୍ଧିବା ପସନ୍ଦ, ଶାନ୍ତ ବା ରୋମାନ୍ସ ଭରା ଜୀବନ ଆଦି ପସନ୍ଦ କି ନା ସେହି ବିଷୟରେ ପଚାରନ୍ତୁ। ଏହାସହିତ ଝିଅର ରୋଜଗାର ବିଷୟରେ ବୁଝିବା ପୁଅର ନିହାତି ଜରୁରୀ ଅଟେ। କାରଣ ଯଦି ଝିଅ ଚାକିରି କରିବାକୁ ଚାହୁଁଥିବ ଓ ପୁଅ ବିବାହ ପରେ ଏହାର ବିରୋଧ କରୁଥିବ ତେବେ ବୈବାହିକ ଜୀବନରେ କଳହ ସୃଷ୍ଟି ହେବ। ପ୍ରତ୍ୟେକ ଝିଅ ସ୍ଵାଧୀନ ହୋଇ ନିଜ ଗୋଡ଼ରେ ଛିଡ଼ା ହେବା ଉଚିତ।

୫/ ପଞ୍ଚମ ପ୍ରଶ୍ନଟି ହେଉଛି, ଝିଅଟି ବିବାହ ପରେ ପରିବାର ସହିତ ବା ପରିବାର ଠାରୁ ଦୂରେଇ ରହିବାକୁ ଇଚ୍ଛା କରିବ କି ନାହିଁ ସେହି ବିଷୟରେ ପଚାରନ୍ତୁ। ଏହା ଜାଣିବା ପୁଅର ନିହାତି ଜରୁରୀ ଅଟେ। କାରଣ ବିବାହ ପରେ ଯେପରି କୌଣସି ବିବାଦ ନହୁଏ।

ତେବେ ବନ୍ଧୁଗଣ, ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button