ଅପରାଧ

ହ୍ୟାକ୍ ହେଲା ବିଜେପି ସାଂସଦଙ୍କ ଆକାଉଣ୍ଟ, ସ୍ପା ଓ ମସାଜର ଫଟୋ ସେୟାର କଲା ହ୍ୟାକର – Kalinga News

[ad_1]

ନୂଆଦିଲ୍ଲୀ: ହ୍ୟାକ୍ ହେଲା ବିଜେପି ସାଂସଦଙ୍କ ‘ଏକ୍ସ’ ଆକାଉଣ୍ଟ। ବୁଧବାର ମଧ୍ୟପ୍ରଦେଶର ଗ୍ୱାଲିଅର ସାଂସଦ ବିବେକ ନାରାୟଣ ଶେଜବଲକରଙ୍କ ‘ଏକ୍ସ’ (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା। ବିଜେପି ସାଂସଦଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ହ୍ୟାକର ଆରବୀୟ ଭାଷାରେ ଅନେକ ପୋଷ୍ଟ ମଧ୍ୟ କରିଥିଲା। ଏବେ ତାଙ୍କ ଆକାଉଣ୍ଟକୁ ହ୍ୟାକର କବଳରୁ ମୁକ୍ତ କରିବା ପାଇଁ ସାଇବର ବିଶେଷଜ୍ଞମାନେ ଚେଷ୍ଟା କରିବା ସହ କେଉଁଠାରୁ ହ୍ୟାକର ଏହାକୁ ହ୍ୟାକ୍ କରିଛି ତାହା ଜାଣିବାକୁ ଅନୁସନ୍ଧାନ ଚାଲିଛି।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍ ହେବା ପରେ ଗ୍ୱାଲିଅର୍ ସାଂସଦ ବିବେକ ନାରାୟଣ ଶେଜବଲକରଙ୍କ ପୁରୁଣା ପୋଷ୍ଟଗୁଡିକ ଦୃଶ୍ୟମାନ ହେଉନାହିଁ। ତାଙ୍କ ପେଜରେ କେବଳ ହ୍ୟାକର ଦ୍ୱାରା ସେୟାର ହୋଇଥିବା ଭିଡିଓ ଏବଂ ଫଟୋ ଦେଖିବାକୁ ମିଳିଛି।

ସାଂସଦଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର ଅଶ୍ଳୀଳ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସ୍ପା ଏବଂ ମସାଜର ଫଟୋ ରହିଥିବା ଦେଖିବାକୁ ମିିଳିଛି। ସାଉଦି ଆରବରୁ ଜଣେ ହ୍ୟାକର ସାଂସଦଙ୍କ ଅଫିସିଆଲ୍ ଏକ୍ସ-ହ୍ୟାଣ୍ଡେଲକୁ ହ୍ୟାକ୍ କରିଛନ୍ତି ବୋଲି କୁହାଯାଉଛି।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ଆକାଉଣ୍ଟ ‌ହ୍ୟାକ୍ ହୋଇ ସାରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button