ସ୍ୱାସ୍ଥ୍ୟ

ଗୋଟିଏ ଦିନ ଖାଦ୍ୟ ନଖାଇଲେ ହେବ ଏହିସବୁ ଭୟଙ୍କର ସମସ୍ୟା: ରିସର୍ଚ୍ଚରୁ ହେଲା ଖୁଲାସା

What Will Happen If You Stop Eating For 24 Hours:ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟବସ୍ଥା କରାଣରୁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରେ ନାହିଁ । ଫଳରେ ଅନେକ ସମୟରେ ସେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏପରି କି ଅନେକ ବ୍ୟକ୍ତି ନିଜର ବ୍ୟବସ୍ଥା ପାଇଁ ସିଠିକ ସମୟରେ ଖାଦ୍ୟ ଖାଇନ ଥାନ୍ତି । ଫଳରେ ସେମାନେ ଅଧାପେଟ ହୋଇ ରହିଥାନ୍ତି । ସେହିପରି ଶରୀରକୁ ଫିଟ ରଖିବା ପାଇଁ ଆଜିକାଲିର ଯିବପିଢି ମଧ୍ୟ ପୁରା ପେଟ ଖାଦ୍ୟ ଖାଇ ନଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଉପାସ ରହିବା କିମ୍ବା ଅଧା ପେଟ ଖାଦ୍ୟ ଖାଇ ରହିବା ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ । ତେବେ ଏହାକୁ ନେଇ ଆଇଏଚବିଏଏସ ହସ୍ପିଟାଲର ପୂର୍ବ ଡିରେକ୍ଟର ଡାକ୍ତର ଇମରାନ ଅହମତ କହିଛନ୍ତି ଯେ, ଗୋଟିଏ ଦିନ ଖାଦ୍ୟ ନଖାଇବା ଦ୍ୱାରା କିମ୍ବା ଅଧାପେଟ ଖାଦ୍ୟ ଖାଇ ରହିବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ମଧ୍ୟ ଶିକାର ହୋଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଉପାସ ରହିବା ଦ୍ୱାରା କେଉଁସବୁ ସମସ୍ୟା ଦେଖାଦେଇଥାଏ ।
ଉପାସ ରହିବା ଦ୍ୱାରା ହୋଇଥାଏ ଏହି ସମସ୍ୟା:

ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଉପାସ ରହିବା କିମ୍ବା ଅଧା ପେଟ ହୋଇ ରହିବା ଦ୍ୱାରା ଏହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଥକାପଣ, ଚିନ୍ତା, ଚିଡିଚିଡାପଣ ଏବଂ ଅନ୍ୟମନସ୍କତା ପରି ସମସ୍ୟା ସୃଷ୍ଟି ହୋଇଥାଏ । ଯାହାକି ଆମ ଜୀବନର ଗୁଣବତ୍ତାକୁ ବଦଳାଇ ପାରେ ଯାହାଫଳରେ ଆମକୁ ଏକ ସୁସ୍ଥ ସମାଜିକ ଜୀବନ ବଞ୍ଚିବାକୁ ଅସୁବିଧା ହୋଇଥାଏ ।

ପାଚନ ସମ୍ବନ୍ଧୀୟ ସମସ୍ୟା: ଗୋଟିଏ ଦିନ ଉପାସ ରହିବା ଦ୍ୱାର ଏହା ଆମ ପଚନତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଫଳରେ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି ହେବ ସହ ଗ୍ୟାସ, ଏସିଡିଟି, କ୍ରୋମିନ ଇନଫ୍ଲୋମେସନ, ପେଟ ଦରଜ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଫଳରେ ଏହା ଆମ ଶାରିରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଥାଏ ।

କାର୍ଯ୍ୟଦକ୍ଷତା ଉପରେ କୁ ପ୍ରଭାବ: ଦିନ ତମାମ ଉପାସ ରହିବା ଦ୍ୱାରା ଏହା ତୁମ କାର୍ଯ୍ୟ ଦକ୍ଷତା ଉଫରେ କୁ ପ୍ରଭାବ ପକାଇବା ସହ ଧ୍ୟାନ ଭଙ୍ଗ ମଧ୍ୟ ହୋଇଥାଏ । ଫଳରେ କୌଣସି କାମରେ ମନ ଲାଗେନାହିଁ ଏବଂ କାର୍ଯ୍ୟ କରିବାର କ୍ଷମତା ମଧ୍ୟ କମିଯାଏ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ବ୍ୟକ୍ତି ଅଧିକ ସମୟ ଉପାସ ରହିବା କିମ୍ବା ଅଧାପେଟ ହୋଇ ରହିବା ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button