ଖେଳ ଖବର

୧୧୨ ବର୍ଷର ପ୍ରତୀକ୍ଷା ଶେଷ: ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ – Kalinga News

[ad_1]

ଧର୍ମଶାଳା: ଟିମ୍ ଇଣ୍ଡିଆର ୧୧୨ ବର୍ଷା ପ୍ରତୀକ୍ଷା ଶେଷ ହୋଇଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ଟିମ୍ ଇଣ୍ଡିଆ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି।
ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ ଜିତିଛି। ଅଧିନାୟକ ରୋହିତ ଶର୍ମା ୧୧୨ ବର୍ଷର ଇତିହାସକୁ ପରିବର୍ତ୍ତନ କରିଛନ୍ତି।

ଭାରତର ଏହି ବିଜୟ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ମ୍ୟାଚର ପ୍ରଥମ ଇନିଂସରେ ବୋଲର ରବିଚନ୍ଦ୍ରନ ଅଶ୍ବିନ ୪ ଓ୍କି‌କେଟ ନେଇଥିଲେ। ଦ୍ବିତୀୟ ଇନିଂସରେ ଅଶ୍ବିନ ଏକ ଐତିହାସିକ ସ୍ପେଲରେ ବୋଲିଂ କରିଥିଲେ।

ଏହା ଅଶ୍ବିନଙ୍କର ୧୦୦ ତମ ଟେ‌ଷ୍ଟ ଥିଲା। ଏଭଳି ଘଟଣା ୧୧୨ ବର୍ଷ ପରେ ଘଟିଛି। ଯେତେବେଳେ କୌଣସି ଟିମ୍ ପ୍ରତିପକ୍ଷଙ୍କୁ ୫ ଟିକିଆ ସିରିଜରେ ୪-୧ରେ ପରାଜିତ କରିଛି। ୧୯୧୨ ମସିହାରେ ଇଂଲଣ୍ଡ ଏଭଳି ବିଜୟ ହାସଲ କରି ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା। ଏବେ ଭାରତ ଇଂଲଣ୍ଡର ଏହି ରେକର୍ଡକୁ ଭାଙ୍ଗିଛି। ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡ ବିରୋଧରେ ୧୮୯୭-୯୮ ଏବଂ ୧୯୦୧-୦୨ରେ ଏଭଳି ରେକର୍ଡ କରିଥିଲା।

ଇଂଲଣ୍ଡ ପ୍ରଥମ ଇନିଂସ‌ରେ ଅଲ ଆଉଟ ହୋଇ ୧୯୫ ରନ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ଅଲ ଆଉଟ ହୋଇ ୪୭୭ ରନ କରିଥିଲା। ଟିମ୍ ଇଣ୍ଡିଆ ୨୫୯ ରନ୍ ର ଲିଡ୍ କରିଥିଲା। ଏହାରେ ଇଂଲଣ୍ଡ ଟିମ୍ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରି ୨୧୮ରେ ଅଲ ଆଉଟ ହୋଇ ଯାଇଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button