ରାତି ଅଧରେ ଏହି ସ୍ଵପ୍ନ ଦେଖିଲେ ଆପଣ ବି ହୋଇପାରନ୍ତି ଧନବାନ

1- ସ୍ଵପ୍ନରେ ମନ୍ଦିର କିମ୍ବା ଠାକୁରଙ୍କ ମୂର୍ତ୍ତି ଦେଖିଲେ । ଏହା ବହୁତ ଶୁଭ ସ୍ଵପ୍ନ ଅଟେ । ଯଦି କୌଣସି ଗ୍ରହ ସମସ୍ଯାରେ ପୀଡିତ ରହିଥାନ୍ତି । ତେବେ ସେହି ସମସ୍ଯା ଦୂର ହୋଇଥାଏ ।
2- ସ୍ଵପ୍ନରେ ନିଜେ ଧଳା କିମ୍ବା ଅନ୍ୟ କେହି ଧଳା ବସ୍ତ୍ର ପିନ୍ଧିଥିବାର ଦେଖିବାକୁ ପାଇଲେ । ତେବେ ଅତି ଶୀଘ୍ର କିଛି ଭଲ ଖବର ଆପଣଙ୍କୁ ପ୍ରାପ୍ତ ହୋଇପାରେ ।
3- ଯଦି ସ୍ଵପ୍ନରେ ନିଜେ ସାପ ମାନଙ୍କୁ ଗୋଡାଉ ଥିବାର ଦେଖିବାକୁ ପାଇଲେ । ତେବେ ଏହା ଆପଣଙ୍କ ଶତ୍ରୁ ମାନଙ୍କର ଦମନ ହେବାର ସଂକେତ ଦେଇଥାଏ ।
4- ସ୍ଵପ୍ନରେ କୌଣସି ଭିକାରୀକୁ ଭିକ ଦେଉଥିବାର ଦେଖିବାକୁ ପାଇଲେ । ଏହାଦ୍ବାରା ଆପଣଙ୍କର ହିଁ ଆର୍ଥିକ ଲାଭ ହୋଇଥାଏ ।
5- ସ୍ଵପ୍ନରେ କୌଣସି ବୃଦ୍ଧ କିମ୍ବା ସାଧୁସନ୍ଥ ବ୍ୟକ୍ତିଙ୍କୁ ଦେଖିଲେ । ତେବେ ଭବିଷ୍ୟତରେ କୌଣସି ଗୁରୁଜନଙ୍କ ଠାରୁ ତୁମକୁ ସମ୍ମାନ ମିଳିବାକୁ ଯାଉଛି ବୋଲି ଜାଣି ପାରିବେ ।
6- ସ୍ଵପ୍ନରେ ଯଦି ନିଜେ କୌଣସି ଉଚ୍ଚ କୋଠାରେ ବସିଥିବାର ଦେଖିବାକୁ ପାଇବେ । ତେବେ ଆପଣଙ୍କ କର୍ମ କ୍ଷେତ୍ରରେ ଆପଣଙ୍କର ବହୁତ ଉନ୍ନତି ହେବାକୁ ଯାଉଛି ବୋଲି ଜାଣି ରଖନ୍ତୁ ।
7- ସ୍ଵପ୍ନରେ ଯଦି ବିବାହ ମଣ୍ଡପରେ ଥିବା କୌଣସି ବର ଓ କନ୍ୟାଙ୍କୁ ଦେଖିପାକୁ ପାଆନ୍ତି । ତେବେ ଏହା ଆପଣଙ୍କର ବାହାଘର ହେବାର ସୂଚନା ଦେଇଥାଏ । ଅଥବା ଆପଣଙ୍କୁ ବହୁତ ବଡ କିଛି ଖୁସି ଖବର ପ୍ରାପ୍ତ ହେବାକୁ ଯାଉଛ ବୋଲି ସୂଚନା ଦେଇଥାଏ ।
8- ଯଦି ସ୍ଵପ୍ନରେ ନିଜେ ନିଜକୁ ଏକ ଘୋଡା ଗାଡିରେ ବସିଥିବାର ଦେଖିବାକୁ ପାଇବେ । ଏହା ଧନ ପ୍ରାପ୍ତିର ବହୁତ ବଡ ଶୁଭ ସୂଚନା ଆପଣଙ୍କ ପାଇଁ ଅଟେ ।
9- ଯଦି ସ୍ଵପ୍ନରେ ହାତୀ ମାନଙ୍କୁ ଦେଖିବାକୁ ପାଆନ୍ତି । ତେବେ ଆପଣ କୌଣସି ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଯାଉଛନ୍ତି ବୋଲି ସୂଚନା ମିଳିଥାଏ ।
10- ସ୍ଵପ୍ନରେ ଚନ୍ଦ୍ର ଦେଖିଲେ । ଏହା ଆପଣ ଆପଣଙ୍କୁ ମାନ ସମ୍ମାନ ମିଳିବାର ସଂକେତ ଦେଇଥାଏ ।