ଅପରାଧ

ଆମେଥିରେ କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ – Kalinga News

[ad_1]

ନୂଆଦିଲ୍ଲୀ:  ରବିବାର ମଧ୍ୟରାତ୍ରିରେ ଉତ୍ତରପ୍ରଦେଶର ଆମେଥିରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଅଜ୍ଞାତ ଗଣ୍ଡଗୋଳକାରୀ ବାହାରେ ପାର୍କିଂ ହୋଇଥିବା ୧୨ଟିରୁ ଅଧିକ ଯାନକୁ ଭଙ୍ଗାରୁଜା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ ଏବଂ କିଛି ସମୟ ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଏହାକୁ  ନେଇ କଂଗ୍ରେସ ଏକ୍ସରେ  ଏକ ଭିଡିଓ ସେୟାର କରିଛି, ଯେଉଁଥିରେ କାରର ଝରକା ଭାଙ୍ଗିଯାଇଛି ଏବଂ ଏହାର କାଚ ଖଣ୍ଡଗୁଡ଼ିକ ବିଛେଇ ହୋଇ ପଡ଼ିଥିବା ଦେଖାଯାଇଛି। ଆମେଥିରେ ପରାଜୟକୁ ଭୟ କରି ବିଜେପି ହିଂସା ପ୍ରଦର୍ଶନ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଗୁଣ୍ଡାମାନେ ବିଜେପିର ଲୋକସଭା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ସମର୍ଥନରେ ଏପରି କରିଥିବା ଅଭିଯୋଗ କରିଛି କଂଗ୍ରେସ।

ଦଳର ନେତା ସୁପ୍ରିୟା ଶ୍ରୀନାତେ ଏହି ଘଟଣାକୁ ନିନ୍ଦା କରି ବିଜେପିକୁ “ଗଣ୍ଡଗୋଳକାରୀ” କହି ଦାୟୀ କରିଛନ୍ତି। “ଆମେଥିରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ପାର୍କିଂ କରାଯାଇଥିବା ଗାଡିଗୁଡିକ ଭଙ୍ଗାରୁଜା କରାଯାଇଥିଲା। ପୁଲିସ  ନିରବ ଦର୍ଶକ ସାଜିଥିଲା ଏବଂ ବିଜେପି କର୍ମୀମାନେ ଆତଙ୍କରାଜ ଚଳାଇଥିଲେ। ଏବେ ହାୱା ବଦଳୁଛି ବୋଲି ବିଜେପି ନେତାମାନେ ଜାଣିବା ପରେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି କଂଗ୍ରେସ କହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button