ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ – Kalinga News
[ad_1]
ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଟିମର ବୋଲର ଏବଂ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । ଖରାପ ଫର୍ମରେ ଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫର୍ମକୁ ଫେରିଛନ୍ତି । ହାର୍ଦ୍ଦିକ ୪୦ ରନ୍ କରିଛନ୍ତି । କିନ୍ତୁ ମଇଦାନରେ କିଛି ଅଲଗା ଜିନିଷ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ରୋହିତ ଶର୍ମାଙ୍କୁ ଦେଖା କରିବା ପାଇଁ ଜଣେ ଫ୍ୟାନ୍ ପଡିଆକୁ ଦୌଡି ଆସିଥିଲେ । ଆଉ ଏହି ସମୟରେ ଆମେରିକା ପୋଲିସ ବ୍ୟକ୍ତିଙ୍କୁ ବର୍ବରତାପୂର୍ବକ ତଳେ ପକାଇ ଗିରଫ କରିଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।
ଭିଡିଓରେ ଦେଖିବାକୁ ମିଳିଛି କି, ଯୁବକଙ୍କୁ ପୋଲିସ ବଳପୂର୍ବକ ତଳେ ପକାଇ ଗିରଫ କରିବା ବେଳେ ରୋହିତ ଶର୍ମା ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ରୋହିତଙ୍କ କଥା କିଛି ଶୁଣିନଥିଲେ । ତେବେ ଆମେରିକା ପୋଲିସ ଅପରାଧୀଙ୍କୁ ଧରିବା ପରେ ଯୁବକଙ୍କୁ ଧରିଥିଲା । ଯାହାକୁ ଦେଖିବା ପାଇଁ ଫ୍ୟାନ୍ସ ନିରାଶ ହୋଇଛନ୍ତି ।
ସୂଚନା ମୁତାବକ, ଓ୍ଵାର୍ମଅପ୍ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଟସ୍ ଜିତି ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରୋହିତଙ୍କ ସହିତ ସଞ୍ଜୁ ସାମସନ ଓପିନିଂ କରିଥିଲେ । କିନ୍ତୁ ଗୋଟିଏ ରନରେ ଆଉଟ ହୋଇଯାଇଥିଲେ । ରୋହିତ ଶର୍ମା ୨୩ ରନ୍ କରି ଆଉଟ ହୋଇଥିଲେ । ଏହି ମ୍ୟାଚରେ ରିଷଭ ପନ୍ତ ୫୩ ରନ୍ ଏବଂ ପାଣ୍ଡ୍ୟା ୪୦ ରନ୍ କରିଥିଲେ । ସୂର୍ଯ୍ୟକୁମାର ଏହି ମ୍ୟାଚରେ ୩୧ ରନ୍ କରିଥିଲେ । ଭାରତ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୮୨ ରନ୍ କରିଥିଲା । ଯାହାକୁ ପିଛା କରି ବାଂଲାଦେଶ ୨୦ ଓଭରରେ ୯ ଓ୍ଵିକେଟ ହରାଇ ମାତ୍ର ୧୨୨ ରନ୍ କରିପାରିଥିଲା ।
The post ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ appeared first on KNews Odisha.
[ad_2]