ରାଜ୍ୟ

ମଦ ଦୋକାନ ଜାଳିଦେଲେ ମହିଳା – Kalinga News

[ad_1]

ମଦ ଦୋକାନ ଜାଳିଦେଲେ ମହିଳା। ଚୋରା ମଦବେପାରକୁ ମହିଳାଙ୍କ ତୀବ୍ର ପ୍ରତିବାଦ। ଦୁଇ ମଦ ଦୋକାନ ଉପରେ ଅତର୍କିତ ଚଢଉ କରିବା ସହ ଦୋକାନ ଜାଳିଦେଲେ ମହିଳା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବଡ଼ଖିର ଗାଁରେ ମଦ ବ୍ୟବସାୟ ବିରୋଧରେ ତାତିଲେ ମହିଳା।

ସାଲେପୁର : ମଦ ଦୋକାନ ଜାଳିଦେଲେ ମହିଳା। ଚୋରା ମଦବେପାରକୁ ମହିଳାଙ୍କ ତୀବ୍ର ପ୍ରତିବାଦ। ଦୁଇ ମଦ ଦୋକାନ ଉପରେ ଅତର୍କିତ ଚଢଉ କରିବା ସହ ଦୋକାନ ଜାଳିଦେଲେ ମହିଳା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବଡ଼ଖିର ଗାଁରେ ମଦ ବ୍ୟବସାୟ ବିରୋଧରେ ତାତିଲେ ମହିଳା।

ଗତ କିଛି ବର୍ଷ ହେବ ଗାଁ ଛକ ନିକଟରେ ଥିବା ଦୁଇଟି ଜାଗାରେ ଖୋଲାଖୋଲି ଚୋରା ମଦ ବେପାର ହେଉଥିଲା। ମଦ ପିଇ ମଦ୍ୟପ ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା ସହ ଅଶୋଭନୀୟ ଆଚରଣ କରୁଥିଲେ।

ମଦ ଦୋକାନକୁ ବନ୍ଦ କରିବା ପାଇଁ ମହିଳାମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିଲେ। ଶେଷରେ ବାଧ୍ୟ ହୋଇ ସେମାନେ ଆଇନକୁ ହାତକୁ ନେଇଥିଲେ। ମଦ ଦୋକାନ ଉପରେ ଚଢଉ କରି ଆସବାବପତ୍ର ଭାଙ୍ଗି ଦୋକାନ ଜାଳିଦେଲେ। ନିଶ୍ଚିନ୍ତକୋଇଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button