ଦେଶ- ବିଦେଶ

ବିଜେପିକୁ ୨୦୦୦ ଟଙ୍କା ପାଣ୍ଠି ଦାନ କଲେ ପ୍ରଧାନମନ୍ତ୍ରୀ – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ବିଜେପିକୁ ୨ ହଜାର ଟଙ୍କା ଦଳୀୟ ପାଣ୍ଠି ଦାନ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ମୋଦୀ ସମସ୍ତ ନାଗରିକଙ୍କୁ ନମୋ ଆପ୍ ଦ୍ବାରା ଦେଶ ଗଠନ ପାଇଁ ପାଣ୍ଠି ଦାନ ଅଭିଯାନର ଏକ ଅଂଶ ହେବାପାଇଁ ଅନୁରୋଧ କରିଛନ୍ତି। ମୋଦୀ ଦଳକୁ ତାଙ୍କ ଦାନ ଟଙ୍କାର ରିସିପ୍ଟ ସହ ଏହି ଟ୍ବିଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଦ୍ବାରା ମାର୍ଚ୍ଚ ୧ ତାରିଖରେ ବିଜେପିର ପାଣ୍ଠିଦାନ ଅଭିଯାନ ଆରମ୍ଭ ହୋଇଛି। ନଡ୍ଡା ମଧ୍ୟ ଦଳକୁ ୧୦୦୦ ଟଙ୍କା ପାଣ୍ଠି ଦାନ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ନଡ୍ଡା ଲେଖିଛନ୍ତି ଭାରତକୁ ବିକଶିତ ଭାରତ କରିବା ସଂକ୍ରାନ୍ତ ମୋଦୀଙ୍କ ଦୁରଦୃଷ୍ଟିକୁ ସମର୍ଥନ କରି ମୁଁ ବ୍ୟକ୍ତିଗତ ଭାବେ ବିଜେପିକୁ ଦାନ କଲି । ଆସ ସମସ୍ତେ ଏକାଠି ହୁଅ ଏବଂ ନମୋ ଆପ୍ ଦ୍ବାରା ଦେଶ ଗଠନ ପାଇଁ ପାଣ୍ଠି ଦାନ ଭଳି ଗଣି ଅଭିଯାନରେ ସାମିଲ ହୁଅ। ଇତି ମଧ୍ୟରେ ନିର୍ବାଚନ କମିସନ ତଥ୍ୟରୁ ଜଣାପଡ଼ିଛି ଯେ ବିଜେପି ୨୦୨୨-୨୩ ବିତ୍ତିୟ ବର୍ଷରେ ୭୧୯ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିପାରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button