ରାଜନୀତି

ନିର୍ବାଚନ ଦାୟିତ୍ବରୁ ଓହରିଲେ ଜୟନ୍ତ ସିହ୍ନା, ଗୌତମ ଗମ୍ଭୀର – Kalinga News

[ad_1]

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ କରାଯାଇଥିବା ସର୍ଭେରେ ୮୦ରୁ ଅଧିକ ନେତାଙ୍କ ପ୍ରଦର୍ଶନ ଓ ଲେକପ୍ରିୟତା ନେଇ ପ୍ରତିକୂଳ ରିପୋର୍ଟ ମିଳିଥିବା ଜଣାପଡ଼ିଛି। ଏଭଳି ନେତାଙ୍କୁ ବିଜେପି ଟିକେଟରୁ ବଞ୍ଚିତ କରାଯିବା ସ୍ପଷ୍ଟ ହୋଇଯାଇଥିବାରୁ କିଛି ନେତା ନିଜ ଆଡ଼ୁ ଓହରିଯିବାକୁ ଆଗ୍ରହ ଦେଖାଇଛନ୍ତି। ବିଜେପି ସାଂସଦ ଜୟନ୍ତ ସିହ୍ନା ଏବଂ ଗୌତମ ଗମ୍ଭୀର ସକ୍ରିୟ ଭାବେ ନିର୍ବାଚନରେ ଅଂଶଗ୍ରହଣ ନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ସେମାନେ ଦଳକୁ ଅନୁରୋଧ କରିଛନ୍ତି।

ଗୌତମ ଗମ୍ଭୀର ତାଙ୍କୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ନିବେଦନରେ ଉଲ୍ଲେଖ କରିଛନ୍ତି ଯେ ସେ କ୍ରିକେଟ ଉପରେ ଧ୍ୟାନଦେବା ନିମନ୍ତେ ଏଭଳି ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ଜୟନ୍ତ ସିହ୍ନା କହିଛନ୍ତି, ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଆଜି ବିଜେପି ୧୯୫ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପୂର୍ବରୁ ଏହି ଦୁଇ ନେତା ରାଜନୈତିକ ଦାୟିତ୍ବରୁ ଓହରିଯିବାକୁ ଆବେଦନ କରିଥିବାରୁ ଆଗକୁ ଆହୁରି ଅଧିକ ନେତା ସେମାନଙ୍କ ପଦାଙ୍କ ଅନୁସରଣ କରିବେ ବୋଲି କୁହାଯାଉଛି। ସର୍ଭେରେ ଭଲ ପ୍ରଦର୍ଶନ କରିନଥିବା ନେତାଙ୍କୁ ଟିକେଟ ନଦେଇ ନୂଆ ନେତାଙ୍କୁ ଅଗ୍ରାଧିକାର ଦେବାକୁ ବିଜେପି ନିଷ୍ପତ୍ତି ନେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button