ରାଜକୋଟ ଟେଷ୍ଟ : ଭାରତକୁ ସଂକଟରୁ ଉଦ୍ଧାର କଲେ ରୋହିତ, ଜାଦେଜା – Kalinga News

[ad_1]
୧୩୧ ରନ କରି ରୋହିତ ଆଉଟ୍
ରାଜକୋଟ: ରାଜକୋଟରେ ଆରମ୍ଭ ହୋଇଥିବା ୩ୟ ଟେଷ୍ଟରେ ଭାରତର ଅଧିନାୟକ ରୋହିତ ଶର୍ମା ଆକର୍ଷଣୀୟ ଶତକ ଅର୍ଜନ କରିଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୮୬ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅରଫରାଜ୍ ଖାଁ ଅଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୪ଓ୍ବିକେଟ ହରାଇ ୨୪୪ ରନ କରିଛି । ଏହା ସହ ସେ ଅନେକ ନୂଆ ରେକର୍ଡ ମଧ୍ୟ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ରୋହିତ ଶର୍ମା ଗତ ବର୍ଷ ଜୁଲାଇରେ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ, ଯେତେବେଳେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା। ଅର୍ଥାତ୍ ପ୍ରାୟ ୬ ମାସ ପରେ ସେ ଟେଷ୍ଟରେ ଶତକ ହାସଲ କରିଛନ୍ତି । ଏହା ଦଳ ପାଇଁ ଏକ ଭଲ ସଂକେତ ବୋଲି ମନେକରାଯାଉଛି ।
[ad_2]




