ଖେଳ ଖବର

ରାଜକୋଟ ଟେଷ୍ଟ : ଭାରତକୁ ସଂକଟରୁ ଉଦ୍ଧାର କଲେ ରୋହିତ, ଜାଦେଜା – Kalinga News

[ad_1]

୧୩୧ ରନ କରି ରୋହିତ ଆଉଟ୍

ରାଜକୋଟ: ରାଜକୋଟରେ ଆରମ୍ଭ ହୋଇଥିବା ୩ୟ ଟେଷ୍ଟରେ ଭାରତର ଅଧିନାୟକ ରୋହିତ ଶର୍ମା ଆକର୍ଷଣୀୟ ଶତକ ଅର୍ଜନ କରିଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଭାରତୀୟ ଦଳ ମାତ୍ର ୨୨ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା ଯେତେବେଳେ ଯଶସ୍ବୀ ଜୟସ୍ବାଲ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ପରେ ଶୁଭମନ ଗିଲ ଓ ରଜତ ପଟିଦାର ଯଥାକ୍ରମେ ୦ ଓ ୫ ରନ କରି ଆଉଟ ହୋଇଥିଲେ । ତେବେ ରୋହିତ ଓ ରବୀନ୍ଦ୍ର ଜାଦେଜା ଏକ ଭଲ ପାର୍ଟନରସିପ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ରୋହିତ ୧୩୧ ରନ କରି ଆଉଟ ହୋଇଥିବାବେଳେ ଜାଦେଜା ୮୬ ରନ କରି ଅପରାଜିତ ଅଛନ୍ତି । ତାଙ୍କ ସହ କ୍ରିଜରେ ଅରଫରାଜ୍ ଖାଁ ଅଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଭାରତ ୪ଓ୍ବିକେଟ ହରାଇ ୨୪୪ ରନ କରିଛି । ଏହା ସହ ସେ ଅନେକ ନୂଆ ରେକର୍ଡ ମଧ୍ୟ କରିଛନ୍ତି ।

ରୋହିତ ଶର୍ମା ଗତ ବର୍ଷ ଜୁଲାଇରେ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ, ଯେତେବେଳେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା। ଅର୍ଥାତ୍ ପ୍ରାୟ ୬ ମାସ ପରେ ସେ ଟେଷ୍ଟରେ ଶତକ ହାସଲ କରିଛନ୍ତି । ଏହା ଦଳ ପାଇଁ ଏକ ଭଲ ସଂକେତ ବୋଲି ମନେକରାଯାଉଛି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button