ରାଜନୀତି

‘ମାର୍ଚ୍ଚ ୫’ ଉପରେ ଆଖି: ଜୋର ଧରିଲାଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା – Kalinga News

[ad_1]

ସାମାଜିକ ଗଣମାଧ୍ୟମରେ ଆସନ ଭାଗବଣ୍ଟା ବି ସରିଲାଣି

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ହେବ କି? ଯଦି ହେବ, ଏହାର ଆବଶ୍ୟକତା କାହା ପାଇଁ ଅଧିକ? ଫାଇଦାରେ ରହିବ କିଏ? ବିଜେଡି ନା ବିଜେପି? ସବୁ ସର୍ଭେ ରିପୋର୍ଟରେ ନବୀନଙ୍କ ଲୋକପ୍ରିୟତା ସର୍ବାଗ୍ରେ ଥିଲା ବେଳେ ବିଜେପି ସହ ସେ କ’ଣ ସତରେ ମେଣ୍ଟ କରିବେ?

ଗତ କିଛି ଦିନ ହେଲା ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପ୍ରଥମେ ପ୍ରଥମେ ସାମାଜିକ ଗଣମାଧ୍ୟମରେ କିଛି କିଛି ଲୋକ ଅନୁମାନ ଲଗାଇଲେ। ଏବେ ବିଜୁଳି ବେଗରେ କଥାଟି ତୃଣମୂଳ ସ୍ତରକୁ ବ୍ୟାପିଗଲାଣି। ରାଜ୍ୟର ରାଜନୈତିକ ଆଲୋଚନା କହିଲେ ଏବେ ଏହି ଗୋଟିଏ ପ୍ରସଙ୍ଗ। ଦିଲ୍ଲୀରେ ବି ଏହି ପ୍ରସଙ୍ଗକୁ ନେଇ ଆଲୋଚନା କିଛି କମ୍‌ ନାହିଁ। ଜାତୀୟ ଗଣମାଧ୍ୟମ ଏହି ପ୍ରସଙ୍ଗକୁ ନେଇ ମୁଖର ହୋଇଉଠିଛନ୍ତି। ଏନ୍‌ଡିଏକୁ ବିଜେଡି ଫେରିବ ବୋଲି କିଛି ଜାତୀୟ ଗଣମାଧ୍ୟମ ଆକଳନ କଲେଣି। ଏଭଳି ଆଲୋଚନାକୁ ବିଜେଡିର ବରିଷ୍ଠ ନେତା ଏ ଯାଏ ପ୍ରତ୍ୟାଖ୍ୟାନ କରିନାହାନ୍ତି। ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ରାତିରେ ଦିଲ୍ଲୀରୁ ଫେରିଲା ପରେ ଏହି ମେଣ୍ଟ ଆଲୋଚନାକୁ ମନଗଢ଼ା କହିଛନ୍ତି।

ଜୋର ଧରିଲାଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା
ସାମାଜିକ ଗଣମାଧ୍ୟମରେ ଆସନ ଭାଗବଣ୍ଟା ବି ସରିଲାଣି
ନେତା, କର୍ମୀ ଦ୍ବନ୍ଦ୍ବରେ; ମୋଦୀଙ୍କ ଗସ୍ତକୁ ଅପେକ୍ଷା
ମନଗଢ଼ା କହିଲେ ମନମୋହନ, ବିଜେଡି ନିରବ

ସାମଲ କହିଛନ୍ତି, ବିଜେପି ସବୁ ଆସନରେ ଲଢ଼ିବ ଓ ରାଜ୍ୟରେ ସରକାର କରିବ। ଲୋକସଭାରେ ସବୁ ଆସନରେ ବିଜେପି ଜିତିବ। ମେଣ୍ଟ କଥା ସମ୍ପୂର୍ଣ୍ଣ ମନଗଢ଼ା ଓ ଗୁଜବ। ଆମର ପ୍ରାର୍ଥୀ ତାଲିକା ଖୁବ୍ ଶୀଘ୍ର ବାହାରିବ। ଏମିତି ଚର୍ଚ୍ଚାକୁ ସଶକ୍ତ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ। ନିର୍ବାଚନ ପୂର୍ବରୁ ମୋଦୀଙ୍କ ଗସ୍ତ କିଛି ଅସ୍ବାଭାବିକ ନୁହେଁ। କିନ୍ତୁ ସେ ଯେଉଁ ତାରିଖରେ ଓଡ଼ିଶା ଆସୁଛନ୍ତି, ତାହା ହିଁ ରାଜନୈତିକ ହଟଚମଟ ପାଇଁ



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button