ଦେଶ- ବିଦେଶ
ପଂଜାବରେ ଆପ୍ କର୍ମୀଙ୍କୁ ଗୁଳିକରି ହତ୍ୟା – Kalinga News

[ad_1]
ଚଣ୍ଡିଗଡ଼ : ଆମ୍ ଆଦମୀ ପାର୍ଟି (ଆପ୍)ର ଜଣେ ସକ୍ରିୟ କର୍ମୀଙ୍କୁ ଆଜି ପଂଜାବରେ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ର ଶିକାର ହୋଇଥିବା ଆପ୍ କର୍ମୀଙ୍କ ନାଁ ଗୁରୁପ୍ରୀତ ସିଂହ। ତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଆଜି ସକାଳେ ତରନ ତାରନ ବାସିନ୍ଦା ତଥା ଆପ୍ର ସ୍ଥାନୀୟ ନେତା ଗୁରୁପ୍ରୀତ ସିଂହ ଓରଫ ଗୋପୀ ଚୋହଲା କପୁରତାଲା ଜିଲ୍ଲା କୋର୍ଟକୁ ଏକ ମାମଲାରେ କାରରେ ଯାଉଥିଲେ। ଗୋଇଁଦୱାଲ୍ ସାହିବଠାରେ କେତେକ ଦୁର୍ବୃତ୍ତ ତାଙ୍କ କାର୍କୁ ଘେରିଯାଇଥିଲେ। ତେବେ ସେ କିଛି ବୁଝିବା ପୂର୍ବରୁ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଗୁରୁପ୍ରୀତଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁଏକାଧିକ ଟିମ୍ ଗଠନ କରାଯାଇଥିବା ଡିସିପି ରବି ଶେରସିଂହ କହିଛନ୍ତି।
[ad_2]