ଦେଶ- ବିଦେଶ

କୃଷକ ଆନ୍ଦୋଳନରେ ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ, ଭିସା ଓ ପାସପୋର୍ଟ ରଦ୍ଦ ହେବ – Kalinga News

[ad_1]

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ଆଳରେ ହିଂସା ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ହେବ । ଯେଉଁମାନେ କୃଷକ ଆନ୍ଦୋଳନରେ ସାମିଲ ହୋଇ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଭିସା, ପାସପୋର୍ଟ ଆଦି ରଦ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ହରିୟାଣା ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ ପଞ୍ଜାବ-ହରିୟାଟଣା ସୀମାରେ ଆନ୍ଦୋଳନ ଆଳରେ ହିଂସା ଘଟାଇଥିବା ଓ ସର୍ବସାଧାରଣ ସମ୍ପତ୍ତି ନିଷ୍ଟ କରିଥିବା ବ୍ୟକ୍ତିଙ୍କୁ ସିସିଟିଭି ଓ ଡ୍ରୋନ୍ କ୍ୟାମେରା ଦ୍ବାରା ଚିହ୍ନଟ କରାଯାଇଛି। ଡିଜିଟାଲ୍ ଫୁଟପ୍ରିଣ୍ଟ ଜରିଆରେ ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯାଇଛି ଏବଂ ସବିଶେଷ ତଥ୍ୟ ଗୃହ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି। ସେମାନଙ୍କ ଭିସା, ପାସ୍ପୋର୍ଟ ଆଦି ରଦ୍ଦ କରାଯିବ ବୋଲି ବିବୃତିରେ କୁହାଯାଇଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button