ଦେଶ- ବିଦେଶ

ଖୁବଶୀଘ୍ର ଏନସି, ପିଡିପି ସହ ଆସନ ବୁଝାମଣା ଚୂଡ଼ାନ୍ତ ହେବ : କଂଗ୍ରେସ – Kalinga News

[ad_1]

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜମ୍ମୁ କାଶ୍ମୀରରେ ଏନସି (ନେସନାଲ କନଫରେନ୍ସ) ଏବଂ ପିଡିପି (ପିପୁଲ୍ସ ଡିମୋକ୍ରାଟିକ ପାର୍ଟି) ସହ ଖୁବଶୀଘ୍ର ଆସନ ବୁଝାମଣା ଚୂଡ଼ାନ୍ତ କରିବ। ଆସନ୍ତା ସପ୍ତାହରେ କଂଗ୍ରେସ ଏବଂ ଏନସି ଓ ପିଡିପି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଜମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ବିକର ରସୁଦ ୱାନି କହିଛନ୍ତି, ଇଣ୍ଡିଆ ମେଣ୍ଟ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ନିର୍ବାଚନ ଲଢ଼ିବ। ଆସନ୍ତା କିଛିଦିନ ମଧ୍ୟରେ ଜମ୍ମୁ କାଶ୍ମୀରକୁ ଭଲ ଖବର ମିଳିବ। କଂଗ୍ରେସ. ଏନସି ଏବଂ ପିଡିପି ଏକାଠି ନିର୍ବାଚନ ଲଢ଼ିବେ ବୋଲି ଖୁବ୍ଶୀଘ୍ର ଘୋଷଣା ହେବ। ୱାନି କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ନିର୍ବାଚନ ଲଢ଼ିବୁ ଏବଂ ବିପୁଳ ବିଜୟ ହାସଲ କରିବୁ। ସେ କହିଛନ୍ତି, ମେଣ୍ଟ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ମାର୍ଚ୍ଚ ପ୍ରଥମ ସପ୍ତାୂହରେ ଏନେଇ ଘୋଷଣା କରାଯିବ। ଜେକେପିସିସି ମୁଖ୍ୟ କହିଛନ୍ତି, ଗତ ୭ ବବର୍ଷ ଧରି ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ ଏବଂ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି ହେବା ଉଚିତ। ସେ କହିଛନ୍ତି, ସୁରକ୍ଷା ପ୍ରସଙ୍ଗ ପାଇଁ ନିର୍ବାଚନ ବିଳମ୍ବ ହେଉଛି ବୋଲି ବିଜେପି ଦାବି କରିଛି। କିନ୍ତୁ ଆମେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାଠି କରିବାକୁ ଚାହୁଛୁ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button