ଦେଶ- ବିଦେଶ

ବନ୍ଧୁକ ମୁନରେ ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କଠାରୁ ଲୁଟ୍ – Kalinga News

[ad_1]

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ପ୍ରଚାର କାର୍ଯ୍ୟକ୍ରମ ପାଇଁ ଲସ୍ ଏଞ୍ଜେଲ୍ସରେ ଥିବାବେଳେ ତାଙ୍କର ଜଣେ ଗୁଇନ୍ଦା ସେବା ଅଧିକାରୀଙ୍କୁ ବନ୍ଧୁକ ମୁନରେ ଲୁଟ୍ କରାଯାଇଛି। ଗୁଇନ୍ଦା ସେବା ଅଧିକାରୀଙ୍କ ବ୍ୟାଗ୍ ଚୋରି ହୋଇଯାଇଛି। ଗତ ଶନିବାର ବିଳମ୍ବିତ ରାତିରେ ଲସ ଏଞ୍ଜେଲ୍ସ ଦକ୍ଷିଣରେ ଥିବା ତୁସ୍ତିନ ସହରରେ ଏହି ଘଟଣା ଘଟିଛି। ଘଟଣା ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ଗୁଇନ୍ଦା ସେବାର ମୁଖପାତ୍ର ଆନ୍ଥୋନି ଗୁଗଲିଲେମି କହିଛନ୍ତି, ଗୁଇନ୍ଦା ସେବାର ଜଣେ ଅଧିକାରୀ ତାଙ୍କ କାର୍ଯ୍ୟ ସାରି ଫେରୁଥିବାବେଳେ କିଛି ଲୋକ ବନ୍ଧୁକ ଦେଖାଇ ତାଙ୍କ ବ୍ୟାଗ୍ ଛଡ଼ାଇ ନେଇଥିଲେ। ଡକାୟତିର ଶିକାର ହୋଇଥିବା ଗୁଇନ୍ଦା ଅଧିକାରୀଙ୍କର କିଛି କ୍ଷତି ହୋଇନି। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ସ୍ପଷ୍ଟ କରିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button