ମନୋରଞ୍ଜନ

ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ଦେହାନ୍ତ – Kalinga News

[ad_1]

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଫିସର ତଥା ଲୋକପ୍ରିୟ କନ୍ନଡ଼ ଅଭିନେତା କେ.ଶିବରାମଙ୍କ ଦେହାନ୍ତ। ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଏହି କାରଣରୁ ତାଙ୍କୁ ଏଚସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଭେଣ୍ଟିଲେଟରରେ ଥିଲେ ଅଭିନେତା। ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଖବର ତାଙ୍କ ପ୍ରଶଂସକ ଓ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା।

କେ.ଶିବରାମ କନ୍ନଡ଼ ଭାଷାରେ ୟୁପିଏସସି ପରୀକ୍ଷା ପାସ୍ କରିବାରେ ପ୍ରଥମ କନଡିଗା ଥିଲେ। ଆଇଏଏସ ହେବା ପରେ ବିଜୟପୁରା, ବେଙ୍ଗାଲୁରୁ, ମହୀସୁର, କୋପାଲା ଏବଂ ଦାବଣଗେରେରେ ପୋଷ୍ଟିଂ ହୋଇ ଦାୟିତ୍ବ ତୁଲାଇଥିଲେ। ଏହା ପରେ ସେ କନ୍ନଡ଼ ଫିଲ୍ମ ‘ବା ନଲ୍ଲେ ମଧୁଚନ୍ଦ୍ରାକେ’ ଜରିଆରେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଆସି ଲୋକପ୍ରିୟ ହୋଇଥିଲେ କେ.ଶିବରାମ।

୨୦୧୩ରେ ସେ ଅଭିନୟରୁ ଅବସର ନେଇ ରାଜନୀତିକୁ ଆସିଥିଲେ। କଂଗ୍ରେସରେ ସାମିଲ ହୋଇ ୨୦୧୪ରେ ବିଜୟପୁରାରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ କେ.ଶିବରାମ। ହେଲେ ବିଜୟୀ ହୋଇପାରିନଥି‌ଲେ।  ଏହା ପରେ ସେ ବିଜେପିରେ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button