ଜ୍ୟୋତିଷ

ଲେମ୍ବୁର ଏହି ଦଶଟି ଖାସ ଉପାୟ ଆକର୍ଷିତ କରିଥାଏ ଟଙ୍କା । ମଙ୍ଗଳଦୋଷ , ପିତୃଦୋଷ , ରାହୁ କେତୁ ଦୋଷ ହେବ ଦୂର

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କିଭଳି ଆପଣ ଲେମ୍ବୁର ୧୦ ଟି ପ୍ରୟୋଗ କରି ନିଜର ସବୁ ସମସ୍ୟାର ସମାଧାନ କରି ପାରିବେ । ଏମିତିରେ ତ ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ କିନ୍ତୁ ଏହାର ଅନେକ ଜ୍ୟୋତିଷ ଏବଂ ଧାର୍ମିକ ମହତ୍ତ୍ୱ ରହିଛି । ଯାହାଦ୍ୱାରା ଆପଣ କିଛି ଖାସ ପ୍ରୟୋଗ କରି ନିଜ ଜୀବନକୁ ସହଜ କରି ପାରିବେ ।

୧ . ନଜର ସମସ୍ୟା:-

ଯଦି ଆପଣଙ୍କ କାର୍ଯ୍ୟ ସ୍ଥଳ ଦୋକାନ କିମ୍ୱା ବ୍ୟବସାୟରେ କାହାରି ନଜର ଲାଗି ଯାଇଛି ତେବେ ଲେମ୍ବୁ ସହିତ ଲଙ୍କା ମୁଖ୍ୟଦ୍ୱାର କିମ୍ବା ମୁଖ୍ୟ କବାଟରେ ବାନ୍ଧି ରଖନ୍ତୁ । କୁହାଯାଏ ଯେ ଲେମ୍ବୁର ଖଟା ସ୍ୱାଦ ଏବଂ ଲଙ୍କାର ତିକ୍ତ ସ୍ୱାଦ ଖରାପ ନଜର ପକାଉଥିବା ବ୍ୟକ୍ତିର ପ୍ରଭାବକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଶରୀରର ଏକାଧିକ ରୋଗ ମଧ୍ୟ ଲେମ୍ବୁ ଦ୍ୱାରା ଠିକ ହୋଇଯାଏ ।

୨ . ଲେମ୍ବୁ ଗଛ:-

ଘର ପରିସରରେ ଲେମ୍ବୁ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଲେମ୍ବୁ ଗଛ ଦ୍ୱାରା ଘରେ ଥିବା ନକରାତ୍ମକତା ଦୂର ହୋଇଥାଏ । ଏହାଦ୍ବାରା ଘରେ ବାଦ ବିବାଦ କଳି ଝଗଡ଼ା ଦୂର ହୋଇଥାଏ ।

୩ . ନକରାତ୍ମକତା:-

ବାସ୍ତୁ ଶାସ୍ତ୍ରରେ ଘରେ ଲେମ୍ବୁ ଗଛ ରହିବା ଶୁଭ ଅଟେ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ ଏବଂ ଏହାବ୍ୟତୀତ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ମତାନ୍ତର ସୃଷ୍ଟି ହୁଏନାହିଁ । ଘରେ ନକରାତ୍ମକ ଶକ୍ତି ଥିଲେ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହାଣ ସାତ ଥର ବୁଲି ସେହି ଚାରୋଟି ଲେମ୍ବୁକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂର ହୋଇଯିବ ।

୪ . ସଫଳତା:-

ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳିପାରୁ ନାହିଁ କିମ୍ବା ଚାକିରୀ ମିଳି ପାରୁନାହିଁ । ତେବେ ଉପାୟ ଅନୁଯାୟୀ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲେମ୍ବୁ ନେଇ ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ । ହନୁମାନଙ୍କ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ସେହି ଲେମ୍ବୁକୁ ଶ୍ରୀହନୁମାନଙ୍କୁ ଅର୍ପିତ କରନ୍ତୁ । ଏହାଦ୍ବାରା ସଫଳତା ନିଶ୍ଚୟ ମିଳିବ ।

୪ . ଛୋଟ ପିଲା ଏବଂ ବୟସ୍କଙ୍କ ନଜର ଦୋଷ ସମସ୍ୟା:-

ଘରେ ଛୋଟ ପିଲା କିମ୍ବା ବୟସ୍କ ଲୋକଙ୍କ ଉପରେ ନଜର ଦୋଷ ଲାଗିଥାଏ ତେବେ ଗୋଟିଏ ଲେମ୍ବୁ ନେଇ ମୁଣ୍ଡ ଉପର ଦେଇ ଓଲଟା ସାତ ଥର ବୁଲାଇ ଏକ ଧାରୁଆ ଛୁରୀ ଦ୍ୱାରା ଦୁଇ ଫାଳରେ କାଟି ଦିଅନ୍ତୁ ଏବଂ ତାହାକୁ ନେଇ ଘର ବାହାରେ କୌଣସି ସ୍ଥାନରେ ପୋତି ଦିଅନ୍ତୁ ।

୫ . ସନ୍ତାନ ପ୍ରାପ୍ତି:-

କୌଣସି ମହିଳାଙ୍କର ସନ୍ତାନ ନଥିଲେ କିମ୍ବା ସନ୍ତାନ ସୁଖରୁ ବଞ୍ଚିତ ହେଉଥିଲେ ଉତ୍ତରାନକ୍ଷତ୍ରରେ ଲେମ୍ବୁ ଗଛର ଚେରକୁ ଆଣି ଶୁଦ୍ଧ ଗାଈ କ୍ଷୀରରେ ମିଶାଇ ପିଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ବିଦ୍ୱାନ ସନ୍ତାନ ପ୍ରାପ୍ତ ହେବ । କିନ୍ତୁ ଏହା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

୬ . ସୌଭାଗ୍ୟ:-

ଭାଗ୍ୟ ସବୁବେଳେ ମନୁଷ୍ୟର ସାଥ ଦେଇ ନଥାଏ । ତେଣୁ ସଫଳତା ପାଇବା ପାଇଁ ଗୋଟିଏ ଲେମ୍ବୁ ଆଣି ତାହାକୁ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ୧୦୮ ଥର ‘ ଓଁ ଶ୍ରୀ ହନୁମତେ ନମଃ ‘ ମନ୍ତ୍ରର ଜପ କରି ଚାରୋଟି ଲବଙ୍ଗକୁ ସେହି ଲେମ୍ବୁରେ ପୋତି ଦିଅନ୍ତୁ । ଯେଉଁ ଦିନ ଆପଣ କୌଣସି ଇଣ୍ଟରଭିଉ ପାଇଁ ଯିବେ ସେହି ଲେମ୍ବୁକୁ ନେଇ ନିଜ ବ୍ୟାଗରେ ରଖି ଦିଅନ୍ତୁ । ସଫଳତା ନିଶ୍ଚିତ ହୋଇଯିବ ।

୭ . ରୋଗରୁ ମୁକ୍ତି:-

ଘରେ ଦୀର୍ଘ ଦିନରୁ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ପାଇଁ ଶନିବାର ସନ୍ଧ୍ୟା ସମୟରେ ଗୋଟିଏ ଲେମ୍ବୁ ନେଇ ତାହାକୁ ସେହି ପୀଡ଼ିତ ବ୍ୟକ୍ତିଙ୍କ ଉପର ଦେଇ ୭ ଥର ବୁଲାନ୍ତୁ ଏବଂ ତାପରେ ଏକ ଧାରୁଆ ଛୁରୀ ନେଇ ୨୧ ଥର ବୁଲାଇ ଚାରି ଭାଗ କରି କାଟି ଦିଅନ୍ତୁ । ଏହାପରେ ରାତି ୯ ରେ କୌଣସି ଉଚ୍ଚ ସ୍ଥାନକୁ ଯାଇ ଚାରି ଦିଗରେ ଫିଙ୍ଗି ଦିଅନ୍ତୁ ।

୮ . ବ୍ୟବସାୟରେ ଉନ୍ନତି:-

ଅନେକ ସମୟରେ ନଜର ଦୋଷ କାରଣରୁ ବ୍ୟବସାୟରେ କ୍ଷତି ହୋଇଥାଏ । ଏଭଳି ସମସ୍ୟା ଥିଲେ ଗୋଟିଏ ଲେମ୍ବୁ ନେଇ ତାହାକୁ ଚାରି ଭାଗ କରି କାର୍ଯ୍ୟସ୍ଥଳର ଚାରି ପାର୍ଶ୍ଵରେ ଚାରୋଟି ରଖି ଦିଅନ୍ତୁ ଏବଂ ସନ୍ଧ୍ୟା ୭ ଟା ପରେ ତାହାକୁ ଭିନ୍ନ ଭିନ୍ନ ନାଲି କପଡ଼ାରେ ବାନ୍ଧି କୌଣସି ଜଳାଶୟରେ ପ୍ରବାହିତ କରି କଲେ ବ୍ୟବସାୟରେ ଲାଭ ହେବ ।

୯ . ହଠାତ ଧନ ପ୍ରାପ୍ତି:-

ଅକସ୍ମାତ ଧନ ପ୍ରାପ୍ତି ପାଇଁ ୪୧ ଟି ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଗୋଟିଏ ଲେଖାଏଁ ଲେମ୍ବୁ ନେଇ ଭିନ୍ନ ଭିନ୍ନ ୪୧ ଟି ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହି ଉପାୟ ଦ୍ୱାରା ଆପଣଙ୍କୁ ନିଶ୍ଚୟ ଅକସ୍ମାତ ଅନେକ ଧନ ପାପ୍ତ ହେବ ।

୧୦ . ଦୁର୍ଭାଗ୍ୟକୁ ଦୂର:-

ଯଦି ଆପଣ କୌଣସି କାର୍ଯ୍ୟ ନିମନ୍ତେ ବାହନ ଯୋଗେ ବାହାରକୁ ଯାଉଛନ୍ତି ତେବେ ଏକ ଲେମ୍ବୁକୁ ଗାଡ଼ି ତଳେ ରଖି ଚପେଇ ଦିଅନ୍ତୁ ଏବଂ ତାପରେ ବାହାରକୁ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟରେ ଥିବା କୌଣସିବି ସମସ୍ୟା ଟଳି ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button