ଥାଇଲାଣ୍ଡ ଓପନ୍: ଦ୍ବିତୀୟ ରାଉଣ୍ଡରେ ସାତ୍ତ୍ବିକ-ଚିରାଗ – Kalinga News
[ad_1]
ନୂଆଦିଲ୍ଲୀ: ତାରକା ଭାରତୀୟ ବ୍ୟାଡମିଣ୍ଟନ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଥାଇଲାଣ୍ଡ ଓପନ୍ର ପ୍ରିକ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶୀର୍ଷ ସିଡ୍ ମାନ୍ୟତା ପାଇଥିବା ସାତ୍ତ୍ବିକ-ଚିରାଗ ଯୋଡ଼ି ୩୪ ମିନିଟ୍ ମଧ୍ୟରେ ମାଲେସିଆର ନୂର ମହମ୍ମଦ ଅଜରିନ୍ ଆୟୁବ ଆଜରିନ୍ ଓ ଟାନ ୱି କିଓଙ୍ଗଙ୍କୁ ୨୧-୧୩, ୨୧-୧୩ରେ ହରାଇଥିଲେ। ଏବେ ଦ୍ବିତୀୟ ରାଉଣ୍ଡରେ ଏହି ଭାରତୀୟ ଯୋଡ଼ି ଚୀନ୍ର ଜି ହାଓ ନାନ୍ ଓ ଜେଙ୍ଗ ୱେଇ ହାନ୍ଙ୍କୁ ଭେଟିବେ। କିନ୍ତୁ ପଞ୍ଚମ ସିଡ୍ ଏଚ୍ଏସ୍ ପ୍ରଣୟ ପୁରୁଷ ଏକକ ପ୍ରଥମ ରାଉଣ୍ଡରୁ ନିଜ ଦେଶର ମେଇରବା ଲୁୱାଙ୍ଗ ମାଇସନାମଙ୍କଠୁ ପରାସ୍ତ ହୋଇ ବିଦା ହୋଇଛନ୍ତି। ୫୫ ମିନଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ପ୍ରଣୟ ୧୯-୨୧, ୧୮-୨୧ରେ ପରାସ୍ତ ହୋଇଥିଲେ। ମେଇରବା ପରବର୍ତ୍ତୀ ରାଉଣ୍ଡରେ ଡେନମାର୍କର ମାଡ୍ସ ଖ୍ରୀଷ୍ଟୋଫରସେନ୍ଙ୍କୁ ଭେଟିବେ। ଖ୍ରୀଷ୍ଟୋଫରସେନ୍ ଭାରତର କିରଣ ଜର୍ଜଙ୍କୁ ୨୧-୧୫, ୧୩-୨୧, ୨୧-୧୭ରେ ହରାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଏକକରେ ଅସ୍ମିତା ଚାଳିହା ଇଣ୍ଡୋନେସିଆର ଇଷ୍ଟର ନୁରୁମି ଟ୍ରାଇ ୱାରଡୋୟୋଙ୍କ ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରି ୧୯-୨୧, ୨୧-୧୫, ୨୧-୧୪ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଟପ୍ ସିଡ୍ ଚୀନ୍ର ହାନ୍ ୱେଙ୍କ ସହିତ ହେବ। ପ୍ରଥମ ରାଉଣ୍ଡରେ ହାନ୍ ୨୧-୧୧, ୨୧-୧୦ରେ ଭାରତର ମାଲବିକା ବନସୋଦ୍ଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଉନ୍ନତି ହୁଡ଼ା ପ୍ରଥମ ରାଉଣ୍ଡରେ ବେଲଜିୟମ୍ର ଲିଆନ୍ ଟାନ୍ଙ୍କଠୁ ୨୧-୧୪, ୧୪-୨୧, ୯-୨୧ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।
[ad_2]