ସ୍ୱାସ୍ଥ୍ୟ

ଥାଇରଏଡ଼ ଭଳି ରୋଗରୁ ମୁକ୍ତି ପାଇବା ପାଇଁ ଏହି ୩ ଗୋଟି ସହଜ ଉପାୟ କରନ୍ତୁ, ଖୁବ୍ ଶୀଘ୍ର ପାଇବେ ସଫଳତା

ଆଜିକାଲି ଥାଇରଏଡ ଭଳି ସମସ୍ଯା ସାଧାରଣ ହୋଇ ଗଲାଣି।କହିବାକୁ ଗଲେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ନିଜର ଖାଦ୍ୟପେୟ ଓ ଜୀବନଶୈଳୀକୁ ବିଜେଡି ଦେଇଛନ୍ତି, ଯାହାଦ୍ଵାରା ସେମାନେ ଅନେକ ରୋଗରେ ପୀଡିତ ହେଉଛନ୍ତି।

ଏହା ଥରେ ଆରମ୍ଭ ହେଲେ ଶରୀରରେ ଅନେକ ସମସ୍ଯା ଉତ୍ପନ୍ନ ହୋଇ ଯାଇଥାଏ। ଥାଇରଏଡ ଭଳି ସମସ୍ଯା ଦୂର କରିବା ପାଇଁ ଲୋକେ ଅନେକ ପ୍ରକାରର ମେଡ଼ିସିନ ଖାଇଥାନ୍ତି, କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭଲ ହୋଇ ନଥାଏ । ତେବେ ଥାଇରଏଡ ଭଳି କଷ୍ଟଦାୟକ ସମସ୍ଯାକୁ ସବୁଦିନ ପାଇଁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।

ଏହି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ସେହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପ୍ୟାନରେ ଗୋଟେ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଦୁଇ ଚାମୁଚ ଶୁଦ୍ଧ ଧନିଆ ଗୁଣ୍ଡ ମିଶାନ୍ତୁ। ଧନିଆ ଗୁଣ୍ଡ ବଦଳରେ ଆପଣ ଗୋଟା ଧନିଆ ମଧ୍ୟ ନେଇପାରିବେ। ଗୋଟା ଧନିଆକୁ ରାତିସାରା ପାଣିରେ ଭିଜେଇ ରଖନ୍ତୁ ଓ ଏହି ଉପଚାର ସମୟରେ ପ୍ରୟୋଗ କରନ୍ତୁ। ଧନିଆ ବା ଧନିଆ ଗୁଣ୍ଡକୁ ପ୍ରୟୋଗ କଲେ, ଆପଣଙ୍କୁ ନିଶ୍ଚିତ ଭାବରେ ଥାଇରଏଡ ସମସ୍ଯାରୁ ମୁକ୍ତି ମିଳିବ।

ପୌରାଣିକ କାଳରୁ ଥାଇରଏଡ ଭଳି ସମସ୍ୟାର ଔଷଧ ଭାବରେ ଧନିଆକୁ ବ୍ୟବହାର କରାଯାଉଛି। ଏହାପରେ ଆପଣଙ୍କୁ ଆବଶ୍ୟକ ଗୋଟେ ହଳଦୀ ଖଣ୍ଡ ବା ଦୁଇ ଇଞ୍ଚର ଯଷ୍ଟି ମଧୁ। ଏହା ମଧ୍ୟ ଆପଣଙ୍କ ଥାଇରଏଡର ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ।ଆପଣ ଏହି ଯଷ୍ଟି ମଧୁକୁ ପ୍ରଥମେ ଅଳ୍ପ ଛେଚି ଦିଅନ୍ତୁ ଓ ତାପରେ ଏହାକୁ ପ୍ୟାନରେ ପକାଇ ଏହି ସମସ୍ତ ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ। ୧୦ରୁ ୧୫ମିନିଟ ପର୍ଯ୍ୟନ୍ତ ଏହି ମିଶ୍ରଣ ଭଲ ଭାବେ ଫୁଟି ଗଲା ପରେ ଗ୍ୟାସ ବନ୍ଦ କରି ଏହାକୁ ଗୋଟେ ପାତ୍ରରେ ଛାଣି ନିଅନ୍ତୁ। ଏହି ମିଶ୍ରଣକୁ ଆପଣ ପ୍ରତ୍ୟେକଦିନ ସକାଳୁ ଖାଲିପେଟରେ ଉଷୁମ ପାଣିରେ ସେବନ କରନ୍ତୁ।

ଯଦି ଆପଣ ଥାଇରଏଡ ମେଡ଼ିସିନର ସେବନ କରୁଛନ୍ତି, ତାହେଲେ ମେଡ଼ିସିନ ଖାଇବା ପରେ ଏହାକୁ ସେବନ କରନ୍ତୁ ଓ ଏହାର ଅଧଘଣ୍ଟା ପରେ ଯାଇ ଜଳଖିଆ ଖାଆନ୍ତୁ। ଏହିପରି ୩୦ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ, ଦେଖିବେ ଆପଣଙ୍କର ଥାଇରଏଡ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଏହାସହିତ ଆପଣ ପ୍ରତିଦିନ ଉଷୁମ ପାଣିରେ ଅଳ୍ପ ଲୁଣ ପକାଇ କୁଳକୁଳ କରନ୍ତୁ।

ଦିନକୁ ଦୁଇଥର ଏଭଳି କରିବା ଦ୍ୱାରା ଆପଣଙ୍କ ଗଳାରେ ହେଉଥିବା ଯନ୍ତ୍ରଣା କମ୍ ହେବା ସହିତ ସଂକ୍ରମଣ ମଧ୍ୟ କମିଯିବ। ଆପଣ ନିଜ ହାତର ବୁଢ଼ା ଆଙ୍ଗୁଳି ତଳେ ଥିବା ପାପୁଲିର ଅଂଶକୁ ଟିପ ସାହାଯ୍ୟରେ କିଛି ସମୟ ଚିପନ୍ତୁ, ଏହାକୁ ଆକ୍ୟୁପ୍ରେସର ଟେକନିକ କୁହାଯାଏ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଥାଇରଏଡ ଭଳି ସମସ୍ଯାରୁ ଅନେକ ମାତ୍ରାରେ ଉପଶମ ମିଳିବ ।

ତେବେ, ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ କିପରି ଲାଗିଲା, ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ନିଶ୍ଚିତ ଭାବରେ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button