ରାଜନୀତି

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଦେବାଶିଷ, ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ – Kalinga News

[ad_1]

ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଓ ଅତାବିରାର ପୂର୍ବତନ ବିଧାୟକ ନିହାର ରଂଜନ ମହାନନ୍ଦ ରବିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ନାୟକ ଓ ଶ୍ରୀ ମହାନନ୍ଦ ବିଜେପିରେ ଯୋଗ ଦେଇଛନ୍ତି।

ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ବରିଷ୍ଠ ନେତା ଦେବାଶିଷ ନାୟକ ଆଜି ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଇସ୍ତଫାପତ୍ରରେ ଦେବାଶିଷ ଦଳର ସଭାପତିଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କୁ ଓଡିଶାବାସୀଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି। ଏଥିସହିତ ଶ୍ରୀ ନାୟକ ତାଙ୍କର ଇସ୍ତଫାର ନିଦ୍ଧିଷ୍ଟ କୌଣସି କାରଣ ଉଲ୍ଲେଖ କରିନାହାଁନ୍ତି। ଅନ୍ୟପଟରେ ବିଜେପିରେ ସାମିଲ ହେଲା ପରେ ଦେବାଶିଷ ନାୟକ କହିଛନ୍ତି, ବିଜେଡି ପୂର୍ବରୁ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନାହିଁ। ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ। ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି।

ସୂଚନାଯୋଗ୍ୟ ଯେ, ଯାଜପୁର ରାଜନୀତିରେ ଦେବାଶିଷ ନାୟକ ହେଉଛନ୍ତି ଜଣେ ଚିହ୍ନା ମୁହଁ। ସେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ। ୨୦୦୯ରେ ବରୀ ସ୍ବତନ୍ତ୍ର ଭାବେ ନିର୍ବାଚନ ମଣ୍ଡଳୀ ହୋଇଥିଲା। ଏହା ପରେ ଶ୍ରୀ ନାୟକ ବରୀରୁ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ନବୀନ ସରକାରରେ ସେ ମନ୍ତ୍ରୀପଦରେ ମଧ୍ୟ ଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ। କ୍ରୀଡା ବିଭାଗ ସହିତ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ରହିସାରିଥିଲେ।  ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସଙ୍କୁ ଟିକେଟ୍ ଦେଇଥିଲା। ସୁନନ୍ଦା ମଧ୍ୟ ବିଜେପିର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟକ ହେଇଥିଲେ।

ଯୁବନେତା ନିହାର ରଂଜନ ମହାନନ୍ଦ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୯ରେ ବିଧାୟକ ହୋଇଥିଲେ। ସେ ୧୯୯୬ ମସିହାରେ ବରଗଡ଼ ଜିଲ୍ଲା ବରପାଲି କଲେଜରୁ ସାଧାରଣ ସଂପାଦକ ହୋଇଥିଲେ। ୧୯୯୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ର ଥିବା ବେଳେ ସାଧାରଣ ସଂପାଦକ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button