ଖେଳ ଖବର

ଚତୁର୍ଥ ଟେଷ୍ଟ: ଦ୍ବିତୀୟ ପାଳିରେ ଇଂଲଣ୍ଡ ୧୪୫ ରନ୍‌ରେ ଅଲ୍‌ଆଉଟ୍‌, ଭାରତ ଆଗରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ – Kalinga News

[ad_1]

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଚତୁର୍ଥ ମୁକାବିଲା ରାଞ୍ଚିସ୍ଥିତ ଜେଏସ୍‌ସିଏ ଷ୍ଟାଡିୟମ ପରିସରରେ ଖେଳା ଯାଉଛି। ଆଜି (ଫେବ୍ରୁଆରି ୨୫) ମୁକାବିଲାର ତୃତୀୟ ଦିନ। ଇଂଲଣ୍ଡ ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୨ ରନ୍‌ର ଲକ୍ଷ୍ୟ ଦେଇଛି। ଇଂଲଣ୍ଡ ଦ୍ବିତୀୟ ପାଳିରେ ୧୪୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଭାରତୀୟ ବୋଲରମାନେ ଏହି ମୁକାବିଲାରେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ୫ଟି ୱିକେଟ୍‌ ହାସଲ କରିଛନ୍ତି। ସେହିପରି କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଛନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

ସୂଚନାଯାଗ୍ୟ ପ୍ରଥମ ପାଳିରେ ଭାରତୀୟ ଟିମ୍‌ ୩୦୭ ରନ୍‌ ସଂଗ୍ରହ କରିଥିଲା। ଧ୍ରୁବ ଜୁରେଲ ଭାରତ ପାଇଁ ୯୦ ରନ୍‌ କରିଥିଲେ। ଇଂଲଣ୍ଡକୁ ପ୍ରଥମ ପାଳି ଆଧାରରେ ୪୬ ରନ୍‌ ଅଗ୍ରଣୀ ମିଳିଥିଲା। ଇଂଲଣ୍ଡ ପ୍ରଥମ ପାଳିରେ ୩୫୩ ରନ୍‌ ସଂଗ୍ରହ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button