ଜାଣି ଜାଣି ନିଜକୁ ଗାଧୁଆଘରେ ବନ୍ଦ କରିଥିଲେ ସାରା – Kalinga News
[ad_1]
ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ତାଙ୍କର ଚୁଲ୍ବୁଲି ଅନ୍ଦାଜ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଜୀବନ ସହ ଜଡ଼ିତ ଅନେକ ମଜାଦାର୍ କଥା ବଖାଣି ପ୍ରଶଂସକଙ୍କ ମନୋରଞ୍ଜନ କରାଇଥାନ୍ତି। ସାରା ତାଙ୍କ ଫିଲ୍ମ ‘ଲଭ୍ ଆଜ୍କଲ୍’ର ପ୍ରମୋସନ୍ ସମୟରେ ଏକ ମଜାଦାର୍ ଘଟଣା କହିଥିଲେ, ଯାହାକୁ ଶୁଣିବା ପରେ ଆପଣ ବି ନିଜ ହସ ରୋକିପାରିବେ ନାହିଁ। ସାରାଙ୍କ କହିବା କଥା ହେଲା, ଥରେ ସେ ଜଣେ ନିଦ୍ଦେର୍ଶକଙ୍କଠାରୁ ବଞ୍ଚିବା ପାଇଁ ନିଜକୁ ୩ ଘଣ୍ଟା ପର୍ଯ୍ୟନ୍ତ ଗାଧୁଆଘରେ ବନ୍ଦ କରି ରଖିଥିଲେ। ସାରା କାହାର ନାମ ନ ନେଇ କହୁଥିବାର ଶୁଣିବାକୁ ମିିଳିଥିଲା ଯେ, ନିର୍ଦ୍ଦେଶକଜଣକ ତାଙ୍କୁ ଖୁବ୍ ବିରକ୍ତ କରାଉଥିଲେ। ସେ ଏକ କାହାଣୀ ସାରାଙ୍କୁ ଶୁଣାଇବାକୁ ଚାହୁଥିଲେ, ହେଲେ ସାରା ତାହାକୁ ଶୁଣିବାକୁ ଆଗ୍ରହୀ ନ ଥିଲେ। ଯେଉଁ କାରଣରୁ ସେ ମାଆ ଅମୃତା ସିଂହଙ୍କୁ ଦୃଦ୍ଘାତ ନ ହେଲେ ଅଚେତ ହେବାର ଅଭିନୟ କରିବାକୁ ଅନୁମତି ମାଗିଥିଲେ। ହେଲେ ଅମୃତା ଝିଅକୁ ଏପରି ମିଛ ନାଟକ କରିବାକୁ ମନା କରିଦେଇଥିଲେ। ସେଥିପାଇଁ ନିର୍ଦ୍ଦେଶକଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ଶେଷରେ ନିଜକୁ ୩ ଘଣ୍ଟା ଧରି ଗାଧୁଆଘରେ ବନ୍ଦ କରି ରଖିବାକୁ ଉଚିତ ମଣିଥିଲେ ସାରା। ତେବେ ଏହି ଘଟଣାଟି କେଉଁ ଫିଲ୍ମ ସୁଟିଂ ବେଳର ତାହା ସାରା କହି ନ ଥିଲେ ବି ସିନେମାଟି ତାଙ୍କ ପାଇଁ ଏକ ଅତ୍ୟାଚାର ଥିଲା ବୋଲି ପ୍ରକାଶ କରି ଖୁବ୍ ଜୋର୍ରେ ହସିଥିଲେ।
[ad_2]