ଦେଶ- ବିଦେଶ

ଜେଲ୍ ମଧ୍ୟରେ ହେଉଛି ଖେଳ, କଏଦୀ ହେଉଛନ୍ତି ଗର୍ଭବତୀ, ଜନ୍ମ ହୋଇଥିବା ୧୯୬ ଶିଶୁଙ୍କ ବାପା କିଏ?

ଜେଲରେ ରହିଥିବା ମହିଳା କଏଦୀ ହେଉଛନ୍ତି ଗର୍ଭବତୀ! ଏପରିକି ସନ୍ତାନ ମଧ୍ୟ ଜନ୍ମ କରୁଛନ୍ତି। କିନ୍ତୁ, କିଏ ଗର୍ଭବତୀ କରାଉଛି ଏବଂ ଜନ୍ମ ହୋଇଥିବା ପିଲାମାନଙ୍କର ବାପା କିଏ ସେଥିନେଇ କୌଣସି ପ୍ରକାର ସୂଚନା ମିଳିପାରିନାହିଁ। ପଶ୍ଚିମବଙ୍ଗ ସ୍ଥିତ ଥିବା କାରାଗାର ଏବଂ ସୁଧାରଗୃହ ଗୁଡିକରେ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି।

Pregnant

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ବିଭିନ୍ନ ଜେଲ୍‌ରେ ପ୍ରାୟ ୧୯୬ ଜଣ ଶିଶୁ ଜନ୍ମ ହୋଇଛନ୍ତି, ଯେଉଁମାନଙ୍କର ବାପା କିଏ ଜଣାନାହିଁ। ତେବେ ଏହି ଘଟଣା ଏଠାରେ ଥିବା ବିଭିନ୍ନ ଜେଲ୍ ଏବଂ ସୁଧାରଗୃହରେ ହେଉଥିବା ଯୌନ ଶୋଷଣ ସହିତ ଜଡିତ ହୋଇପାରେ ବୋଲି ଅନୁମାନ କରାଯାଉଅଛି। ପଶ୍ଚିମବଙ୍ଗରେ ଜେଲ ସୁଧାର ଏବଂ ସୁଧାର ଗୃହ ସହ ଜଡ଼ିତ ଏକ ମାମଲାର ଉଲ୍ଲେଖ କରିବା ସମୟରେ ଆମିକସ୍‌କ୍ୟୁରିଙ୍କ ଦ୍ୱାରା ଏଭଳି ଏକ ତଥ୍ୟ ପ୍ରଦାନ କରାଯାଇଅଛି।

ଏହି ଘଟଣାକୁ ପ୍ରଧାନ ବିଚାରପତି ଟି.ଏସ୍ ସିଭଗଣନାମ୍ ଏବଂ ଜଷ୍ଟିସ୍ ସୁପ୍ରତିମ୍ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠ ଗୁରୁତର ସହିତ ନେବା ସହିତ ଯାଞ୍ଚ ନିର୍ଦ୍ଧେଶ ଦେଇଛନ୍ତି। ଆସନ୍ତା ସୋମବାର ଦିନ ଅପରାଧିକ ମାମଲାର ଶୁଣାଣି କରୁଥିବା ବେଞ୍ଚ ଆଗରେ ଏହା ଉପସ୍ଥାପନା କରାଯିବା ସହିତ ଏହାର ଲଗାତାର ଶୁଣାଣି କରାଯିବ।

Highcourt

ଏହା ବ୍ୟତୀତ ଆମିକସ୍ କ୍ୟୁରି ଖଣ୍ଡପୀଠ ଆଗରେ ଏହି ସମସ୍ୟାର କିଛି ସମାଧାନ ମଧ୍ୟ ରଖିଛନ୍ତି। ରାଜ୍ୟରେ ମହିଳା ଜେଲ୍ ଏବଂ ସୁଧାର ଗୃହ ଗୁଡିକରେ ଆଜି ମଧ୍ୟ ଅନେକ ପୁରୁଷ କର୍ମଚାରୀ କାମ କରୁଛନ୍ତି। ମହିଳା କଏଦୀମାନଙ୍କୁ ରଖାଯାଇଥିବା ଏନକ୍ଲୋଜରରେ ପୁରୁଷ କର୍ମଚାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଖଣ୍ଡପୀଠକୁ ପ୍ରସ୍ତାବ ଦିଆଯାଇଅଛି।

Pregnant

ଏହା ବ୍ୟତୀତ ମହିଳା କଏଦୀ ମାନଙ୍କର ନିୟମିତ ଭାବରେ ପ୍ରେଗନାନ୍ସି ଟେଷ୍ଟ କରାଯିବା ସହିତ ସେମନଙ୍କୁ କୌଣସି ପ୍ରକାରର ଯୌନ ଶୋଷଣ ଠାରୁ ରକ୍ଷା କରିବା ପାଇଁ ଜିଲ୍ଲା ମୁଖ୍ୟ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟଙ୍କୁ ନିର୍ଦେଶ ଦେବାପାଇଁ ପ୍ରସ୍ତାବ ରଖାଯାଇଛି। ଏହା ବ୍ୟତୀତ ଜିଲ୍ଲା ଜଜ୍ ସେମାନଙ୍କ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଆସୁଥିବା ସୁଧାରଗୃହ ଗୁଡିକରେ କେତେ ମହିଳା କଏଦୀ ରହୁଛନ୍ତି ତାହା ଜାଣିବା ସହ ସେମାନଙ୍କର ସ୍ଥିତି ଓ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କୁହାଯାଇଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button