ଚୁମ୍ବନରୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କିସିଙ୍ଗ ଡିଜିଜର ଲକ୍ଷଣ ଓ କାରଣ November 11, 2018

ପ୍ରେମର ପରିଭାଷା ଚୁମ୍ବନ । ପ୍ରେମର ବଢିଲେ ତାହା ଚୁମ୍ବନରୁ ହିଁ ସଂପର୍କ ଆଗକୁ ବଢେ । ହେଲେ ଏହି ଚୁମ୍ବନ ଯେ ଅନେକ ସମୟରେ କ୍ଷତିକାରକ ହୋଇଥାଏ ତାହା ହୁଏତ ସମସ୍ତେ ଜାଣି ନଥିବେ । ଚୁମ୍ବନ ଯୋଗୁ ଅନେକ ସମୟରେ ସଂକ୍ରମଣ ହୋଇଥାଏ ।
ଚୁମ୍ବନ ଦ୍ୱାରା ଆପିଷ୍ଟିନ ବାର ଭାଇରସ (EVB) ମାଧ୍ୟମରେ ଶରୀରରେ ମନୋନ ମନୋନ୍ୟୁକ୍ଲିଓସିସ୍ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚିଥାଏ।
କେବଳ ଚୁମ୍ବନ ଦ୍ୱାରା ନୁହେଁ ବରଂ ଅଇଁଠା ଖାଇଲେ କିମ୍ବା ଏକାଠି ଖାଇଲେ କେହି କାହାର ଅଇଁଠା ପାଣି ପିଇଲେ ବି ଏହା ହୋଇଥାଏ ।
ଏହା ଦ୍ୱାରା ହେପାଟାଇଟିସ୍ ,ଜଣ୍ଡିସ ଏବଂ ଏନିମିଆ ରୋଗ ହୋଇଥାଏ ।କିସିଙ୍ଗ ଡିଜିଜର ଲକ୍ଷଣ
ଅଧିକ ଦିନ ଜ୍ୱର ନଛାଡିବା ବା ଲାଗି ରହିବା
ଦୁର୍ବଳ ବା କ୍ଲାନ୍ତି ଅନୁଭୁ କରିବା
ଅଧିକ ସମୟ ମୁଣ୍ଡବିନ୍ଧା ଲାଗି ରହିବା
ଗଳା ଦରଜ ହେବା
ଶରୀରରେ ରାସେଜ ଲାଗି ରହିବା
ତଳିପେଟ ଦରଜ ହେବା
ଭୋକ କମିଯିବା
ତେଣୁ କିସ କରିବାବେଳେ ସତର୍କ ରୁହନ୍ତୁ । ନିଜର ଅତି ସଂପର୍କୀୟ ବନ୍ଧୁ ଓ ବାନ୍ଧବୀଙ୍କୁ ଛାଡି ଆଉ କାହା ସହ କିସ କରିବାକୁ ଆଭଏଡ କରନ୍ତୁ । ଅଇଁଠା ଖାଇଲେ ସଂପର୍କ ବଢେ ବୋଲି ଅନେକ ଭାବିଥାନ୍ତି । ହେଲେ ସେମିତି ଆଦୈ କରନ୍ତୁ ନାହିଁ । କାହାରି ସହ ଏକାଠି ଖାଇବା କି କହେି ଅଧା ପିଇଥିବା ପାଣଇ ପି ପିଅନ୍ତୁନି । ଏହା ହେଲେ ଆପଣ ଚିଛି ମାତ୍ରାରେ ଏହି ରୋଗରୁ ଦୂରରେ ରହିପାରିବେ ।
ତେବେ ମନେ ରଖନ୍ତୁ କାହାକୁ କିସ କରିବା ପରେ ଯଦି ତଣ୍ଟି ଦରଜ ଲାଗିଲା କି ଦିନେ ଦୁଇ ଦିନ ଭିତରେ ଜ୍ୱର ହେଲା ତେବେ ତୁରନ୍ତୁ ଡାକ୍ତରଙ୍କୁ ଦେଖାନ୍ତୁ ଓ ସତ କଥା କହି ଚିକିତ୍ସା ଆରମ୍ଭ କରନ୍ତୁ ।




