ଅତ୍ୟଧିକ ବିଦ୍ୟୁତ ବିଲ୍ କୁ ନେଇ ଆପଣ ମଧ୍ୟ ଚିନ୍ତିତ କି? ଏହି ସରଳ ଉପାୟ ଦ୍ୱାରା ଅଧା ହୋଇଯିବ ବିଦ୍ୟୁତ ବିଲ୍
ସେ ଘର ହେଉ କିମ୍ବା କୌଣସି ପ୍ରତିଷ୍ଠାନ ଆଜିକାଲି ବିନା ବିଦ୍ୟୁତ୍ ସାହାଯ୍ୟରେ ଆମ୍ଭର କୌଣସି କାମ ସହଜରେ ହୋଇପାରି ନଥାଏ। କାରଣ ବିଦ୍ୟୁତ ଦ୍ୱାରା ଚାଲୁଥିବା ଫ୍ୟାନ୍, ଫ୍ରିଜ୍, ଟିଭି, ହିଟର, ୱାସିଂ ମେସିନ୍, କୁଲର୍, ଏସି ଭଳି ଜିନିଷ ଅମ ଜୀବନର ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏସବୁ ବ୍ୟବହାର କରିବା ଦ୍ୱାରା ଆମ୍ଭ ଜୀବନଶୈଳୀ ସହଜ ହୋଇଯାଇଥାଏ ସତ କିନ୍ତୁ, ଅପରପକ୍ଷରେ ମାସ ଶେଷରେ ଉଠୁଥିବା ଉଚ୍ଚ ବିଜୁଳି ବିଲ୍ ମଧ୍ୟ ସମସ୍ତଙ୍କୁ ବ୍ୟଥିତ କରିଥାଏ।
ତେବେ, ଆଜି ଆସନ୍ତୁ ଜାଣିବା ଏପରି କିଛି ଛୋଟ ଛୋଟ ପଦକ୍ଷପ ଗୁଡିକ ବିଷୟରେ ଯାହାକୁ ଗ୍ରହଣ କରିବା ଦ୍ୱାରା ଆମ୍ଭେ ଘରକୁ ଆସୁଥିବା ବିଜୁଳି ବିଲ୍ କୁ ହ୍ରାସ କରିବା ସହିତ ନିୟନ୍ତ୍ରଣ ମଧ୍ୟରେ ରଖି ପାରିବା:-
୧. ପ୍ରାୟତଃ ସମସ୍ତଙ୍କ ଘରେ ସିଲିଂ ଫ୍ୟାନ ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହି ଫ୍ୟାନକୁ ଦିନ ତମାମ ଚଲାଇବା ଦ୍ୱାରା ଅଧିକ ବିଲ୍ ଦେବାକୁ ପଡିଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ପୁରୁଣା ୭୫ ୱାଟ୍ ର ପଙ୍ଖା ଗୁଡିକୁ ହଟାଇ ଏହା ଯାଗାରେ ୩୫ ୱାଟ୍ ର ପଙ୍ଖା ଲଗାଇବା ଉଚିତ।
୨. ମୋବାଇଲ, ଲ୍ୟାପଟପ ଅଥବା କ୍ୟାମେରା ଚାର୍ଜ କରାଇବା ପରେ ଏହାର ଚାର୍ଜର ଗୁଡିକୁ ପ୍ଲଗ୍ ରୁ କାଢ଼ିଦେବା ଉଚିତ। ଏଥିସହିତ ଦରକାର ନଥିବା ବେଳେ ଘରର ଲାଇଟ ଲିଭାଇ ରଖିଲେ ଅଧିକାଂଶ ମାତ୍ରାରେ ବିଜୁଳି ଦର କମିଯାଇଥାଏ।
୩. ଘର କିମ୍ଭା ପ୍ରତିଷ୍ଠାନ ଗୁଡିକରେ ୧୦୦ ୱାଟ୍ ର ଇଲେକ୍ଟ୍ରି ବଲବ୍ ବଦଳରେ ୧୫ ୱାଟ୍ ର LED ବଲବ୍ ଲଗାନ୍ତୁ।
୪. ଯଦି ଆପଣ ଗୀଜର୍ ବ୍ୟବହାର କରୁଛନ୍ତି ତେବେ ଏହାକୁ ସବୁବେଳେ ଅନ୍ ରଖନ୍ତୁ ନାହିଁ। କେବଳ ଦରକାର ସମୟରେ ହିଁ ମିଡିୟମ୍ ହିଟ୍ ରେ ଚଲାନ୍ତୁ।
୫. ଦରକାର ନଥିଲେ କମ୍ପ୍ୟୁଟର କୁ ସ୍ୱିଚ୍ ଅଫ୍ କରି ରଖନ୍ତୁ। କିମ୍ବା, ଅଧିକ ସମୟ ଅନ୍ ରଖିଲେ ଏହାର ମନିଟର୍ କୁ ଅଫ୍ କରି ରଖନ୍ତୁ।
୬. ଯଦି ଆପଣ ବିଦ୍ୟୁତ ଦ୍ୱାରା ଚାଲୁଥିବା ଓଭେନ୍ ବ୍ୟବହାର କରନ୍ତି ତେବେ ଏହାକୁ ବାରମ୍ବାର ଖୋଲନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏହାର ତାପମାତ୍ରା ହ୍ରାସ ପାଇଥାଏ ଫଳରେ ଅଧିକ ବିଦ୍ୟୁତ ଖର୍ଚ୍ଚ କରିବାକୁ ପଡ଼ିଥାଏ।
୭. ସେହିପରି ଫ୍ରିଜ୍ ବ୍ୟବହାର କରୁଥିଲେ ଏହାର ତାପମାନକୁ ଅତି କମ କରନ୍ତୁ ନାହିଁ ଏହା କରିବା ଦ୍ୱାରା ଅଧିକ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ।
୮. ତେବେ AC କିଣୁଥିଲେ କେବଳ ଷ୍ଟାର ରେଟେଡ଼ AC ହିଁ କିଣନ୍ତୁ ଯେତେ ଅଧିକ ଷ୍ଟାର୍ ରହିଥିବା ସେତେ କମ୍ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ। ବିଦ୍ୟୁତ କମ କରିବା ପାଇଁ AC ର ୱାଟର୍ ଫିଲ୍ଟର କୁ ସବୁବେଳେ ସଫା ରଖିବା ଉଚିତ।