ଅପରାଧ

ମଞ୍ଚ ଉପରେ ଚଢ଼ି ଜୟା କିଶୋରୀଙ୍କୁ ହତ୍ୟା ଧମକ ଦେବା ହୋଟେଲ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଲା – Kalinga News

[ad_1]

ନୂଆଦିଲ୍ଲୀ: ଲୋକପ୍ରିୟ ମହିଳା ପ୍ରବଚକ ଜୟା କିଶୋରୀଙ୍କୁ ହତ୍ୟା ଧମକ ମିଳିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚରେ ପୁଲିସ ଜଣେ ହୋଟେଲ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।  ‌

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ମହିଳା ହେଲ୍ପ ଲାଇନ ୧୦୯୦ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ  ସାମିଲ ହେବାକୁ ଜୟା କିଶୋରୀ ଲକ୍ଷ୍ନୌସ୍ଥିତ ଅଡିଟୋରିୟମରେ ପହଞ୍ଚିଥିଲେ ।

ପ୍ରବଚନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହୋଟେଲ ବ୍ୟବସାୟୀ ଦୀପେଶ ଠାକୁରଦାସ ଭବାନୀ କେହି କିଛି ବୁଝିବା ପୂର୍ବରୁ ସୁରକ୍ଷାବ୍ୟବସ୍ଥାକୁ ଭଙ୍ଗ କରି ଜୋରଜବରଦସ୍ତି କାର୍ଯ୍ୟକ୍ରମସ୍ଥଳକୁ ଚାଲି  ଯାଇଥିଲେ। ଏଥିସହି ମଞ୍ଚ ଉପରକୁ ଚଢି ଜୟା କିଶୋରୀଙ୍କୁ  ଅଶ୍ଲୀଳ ଟିପ୍ପଣୀ ଦେଇଥି‌ଲେ। କେବଳ ଏତିକି ନୁହେଁ ତାଙ୍କୁ ହୋଟେଲ ବ୍ୟବସାୟୀ ହତ୍ୟା ଧମକ ବି ଦେଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ହାଇଦ୍ରାବାଦ, ଜୟପୁର, ଜଳନ୍ଧରରେ ମଧ୍ୟ ଜୟା କିଶୋରୀଙ୍କ କାର୍ଯ୍ୟକ୍ରମରେ ମଞ୍ଚ ଉପରକୁ ଦୀପେଶ ଚଢ଼ି ଯାଇଥିଲେ । ଉକ୍ତ ସ୍ଥାନମାନଙ୍କରେ ମଧ୍ୟ ଦୀପେଶଙ୍କ ନାଁରେ ମାମଲା ରହିଥିବା ଜଣାପଡ଼ିଛି।

ଦୀପେଶ ସୋସିଆଲ ମିଡ଼ିଆରେ ଜୟା କିଶୋରୀଙ୍କୁ ଫଲୋ କରନ୍ତି। ତେଣୁ ଜୟା କିଶୋରୀଙ୍କ କେଉଁକେଉଁ ସ୍ଥାନରେ କାର୍ଯ୍ୟକ୍ରମ ରହିଛି ଦୀପେଶ ସେବିଷୟରେ ସବିଶେଷ ସୂଚନା ପ‌ାଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ଏଭଳି ହଙ୍ଗାମା କରିଥାଆନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button