ମନୋରଞ୍ଜନ

ପ୍ରେରଣାଦାୟକ ଷ୍ଟୋରୀ – ଯଦି ମନରେ ଦୃଢତାର ସହିତ ମାନି ନେବେ ତ, କୌଣସି ବି ଅଭ୍ୟାସକୁ ଛଡା ଯାଇ ପାରିବ, ପଢନ୍ତୁ

ଗୋଟିଏ ଗ୍ରାମରେ ରବି ନାମକ ଜଣେ ବ୍ୟକ୍ତି ରହୁଥିଲା । ରବି ପଢିବାରେ ବହୁତ ଭଲ ଥିଲା, କିନ୍ତୁ ତାକୁ ସବୁଦିନ ମଦ ପିଇବାର ଅଭ୍ୟାସ ଥିଲା । ରବିର ଏହି ଅଭ୍ୟାସ ପାଇଁ ଘର ଲୋକମାନେ ବହୁତ ଦୁଃଖିତ ଥିଲେ । ଘର ଲୋକମାନେ ରବିକୁ ବହୁତ ବୁଝାଇବାକୁ ଚେଷ୍ଟା କରିଲେ । କିନ୍ତୁ ସବୁବେଳେ ରବିର ଗୋଟିଏ ହିଁ ଉତ୍ତର ଥିଲା କି ‘ମୁଁ ମଦକୁ ଧରି ନାହିଁ, ମଦ ମୋତେ ଧରି ରଖିଛି ।‘ ଏହା ଦେଖି ଘର ଲୋକମାନେ ଚିନ୍ତା କରିଲେ କି ରବିର ବିବାହ କରିଦେଲେ ତାହାର ଏହି ଅଭ୍ୟାସ ଛାଡି ଯିବ ।

ଏହା ପରେ କିଛି ମାସ ପରେ ରବିର ବିବାହ କରିଦେଲେ । ରବିର ପତ୍ନୀ ବି ତାହାର ମଦର ଅଭ୍ୟାସ ଛଡାଇବା ପାଇଁ ବହୁତ ଚେଷ୍ଟା କରିଲା । କିନ୍ତୁ ରବି ନିଜର ପତ୍ନୀକୁ ବି ସେହିଭଳି ଭାବରେ କହୁଥିଲା । ଏହା ପରେ ଦିନେ ରବିର ପତ୍ନୀ ଏକ ସାଧୁ ପାଖକୁ ଗଲା । ସାଧୁ ରବି ପତ୍ନୀର ସମସ୍ତ କଥା ଶୁଣିଲେ ଓ ତାକୁ କହିଲେ କି ତୁମେ ତୁମର ସ୍ଵାମୀକୁ ନେଇ କାଲି ମୋ ପାଖକୁ ଆସ ।

ତା ପର ଦିନ ରବି ଓ ତାହାର ପତ୍ନୀ ସାଧୁର ଆଶ୍ରମକୁ ଗଲେ । କିନ୍ତୁ ଆଶ୍ରମକୁ ଯାଇ ଦେଖିଲେ କି ସାଧୁ ସେଠି ଗୋଟିଏ ଗଛକୁ ଧରି ରଖି ଛନ୍ତି । ଏହା ପରେ ରବି ଓ ତାହାର ପତ୍ନୀ ସାଧୁଙ୍କୁ ପଚାରିଲେ କି ଆପଣ ଏହିଭଳି ଗଛକୁ ଧରି କାହିଁକି ଛିଡା ହୋଇଛନ୍ତି, ସାଧୁ ଜବାବ ଦେଇ କହିଲେ କି ତୁମେ କାଲି ଆସ । ତାପର ଦିନ ରବି ଓ ତାହାର ପତ୍ନୀ ସାଧୁ ପାଖକୁ ଗଲେ ଏବଂ ପୁଣି ଦେଖିଲେ କି ସାଧୁ ପୁଣି ସେହିଭଳି ଗଛକୁ ଧରି ଛିଡା ହୋଇଛନ୍ତି । ସାଧୁ ତାଙ୍କୁ ପୁଣି ଥରେ କହିଲେ କି ତୁମେ କାଲି ଆସିବ ।

ତୃତୀୟ ଦିନ ରବି ଓ ତାହାର ପତ୍ନୀ ଯାଇ ଦେଖିଲେ କି ସାଧୁ ସେହିଭଳି ଗଛକୁ ଧରିଛନ୍ତି । ରବି ସାଧୁଙ୍କୁ ପ୍ରଶ୍ନ କରିଲେ କି ଆପଣ ଏହିଭଳି ଭାବରେ ଗଛକୁ କାହିଁକି ଧରି ରଖିଛନ୍ତି । ସାଧୁ ଜଣକ କହିଲେ କି କଣ କରିବି ଏହି ଗଛଟି ମୋତେ ଛାଡୁ ହିଁ ନାହିଁ । ସାଧୁର କଥା ଶୁଣି ରବି କହିଲା କି ମହାରାଜ ଗଛ ଆପଣଙ୍କୁ ନୁହେଁ ଆପଣ ଗଛକୁ ଧରି ରଖିଛନ୍ତି । ଯଦି ଆପଣ ଗଛକୁ ଛାଡିଦେବେ ତ ସେ ବି ଆପଣଙ୍କୁ ଛାଡିଦେବ ।

ରବିର କଥା ଶୁଣି ସାଧୁ କହିଲେ କି ଏହି କଥା ହିଁ ମୁଁ ତୁମକୁ ତିନି ଦିନ ହେଲା ବୁଝାଇବାକୁ ଚେଷ୍ଟା କରୁଛି । ମଦ ତୁମକୁ ନୁହେଁ ତୁମେ ମଦକୁ ଧରି ରଖିଛ । ଯେତେବେଳେ ତୁମେ ମଦକୁ ଛାଡିବା ପାଇଁ ମନ କରିନେବ ତେବେ ସେ ବି ତୁମକୁ ଛାଡି ଦେବ । ସାଧୁର କଥା ଶୁଣି ରବି ବୁଝିଗଲା ଓ ସେ ମଦକୁ ଛାଡି ଦେଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button