ରାଜନୀତି

ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ – Kalinga News

[ad_1]

ମାଲକାନଗିରି: ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ସାଜିଛି ଆଦର୍ଶ। ବିଜୁ ଜନତା ଦଳ ପ୍ରତି ଲୋକଙ୍କର ବଢ଼ୁଛି ଭରସା। ବିଜେଡି ସୁପ୍ରିମୋଙ୍କ ଦୃଢ଼ ନେତୃତ୍ବରେ ନୂଆ ଓଡ଼ିଶା ବିକାଶ କାର୍ଯ୍ୟକୁ ଆଗେଇ ନେବା ଲକ୍ଷ୍ୟରେ ଆଜି ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟରେ ଜୋନ୍ ସଂଯୋଜକ ତଥା ମାଲକାନଗିରି ବିଜୁ ଜନତା ଦଳର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଓ କାଲିମେଳା ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆଜି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ ଯାତ୍ରା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜା କବାସୀ, ତୁଲା ଢାଳି,ସନ୍ତୋଷୀ ଢାଳି, ଲିପିକା ମିସ୍ତ୍ରୀ ,ସଂଯୁକ୍ତା ହାଲଦାର, କଣିକା ମଣ୍ଡଳ, ନମିତା ସର୍ଦାର ପ୍ରମୁଖଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ବିରୋଧୀ ଦଳ ବିଜେପି ଓ କଂଗ୍ରସର ସକ୍ରିୟ କାର୍ଯ୍ୟକର୍ତ୍ତା ଅନୁଷ୍ଠାନିକ ଭାବେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ମାନସ ମାଡ଼କାମି ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର ଉପଦେଷ୍ଟା ତପନ ସାନା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ବରିଷ୍ଠ ନେତା ଜି .ଶ୍ରୀନିବାସ ରାଓ (ବୁନା),ସାଂସଦ ପ୍ରତିନିଧି ଇ ଭେଙ୍କେଟ୍ ରାଓ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ବହୁ କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଉପସ୍ଥିତ ଥିଲେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button