ମନୋରଞ୍ଜନ

ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଇଚ୍ଛା ଜାହିର କଲେ କପିଲ ! – Kalinga News

[ad_1]

ମୁମ୍ବାଇ: ପାକିସ୍ତାନୀ ୟୁଟ୍ୟୁବରଙ୍କ ସହ କାମ କରିବାକୁ ଚାହାନ୍ତି ଟିଭିର ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା। ପାକିସ୍ତାନୀ ୟୁଟ୍ୟୁବର୍ ନାଦିର ଅଲିଙ୍କ ସହ କପିଲ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ୟୁଟ୍ୟୁବର୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କପିଲ ଶର୍ମା, ନାଦିରଙ୍କ ସହ କଲରେ କଥା ହେଉଥିବା ଶୁଣିବାକୁ ମିଳିଛି।

ଭିଡିଓରେ ଏହା ଶୁଣିବାକୁ ମିଳୁଛି ଯେ କପିଲ ନାଦିରଙ୍କୁ କେମିତି ଅଛ ବୋଲି ପଚାରୁଛନ୍ତି। ଏହା ପରେ କହୁଛନ୍ତି ଯେ, “ମୁଁ ତୁମ କାମକୁ ବହୁତ ପସନ୍ଦ କରେ। ମୁଁ ତୁମର ସବୁ ସୋ’ ଦେଖୁଥିଲି। ତୁମେ ବହୁତ ଭଲ କାମ କରୁଛ। ମୁଁ ଚାହେଁ ଆମେ କେବେ ସମୟ କାଢ଼ି ଏକାଠି ସୋ’ କରିବା। ଦୁବାଇରେ ଏହା ସମ୍ଭବ ହୋଇପାରିବ। ମୁଁ ଆପଣଙ୍କୁ ଗୋଟାଏ କଥା କହିବାକୁ ଚାହେଁ ଯେ ମୁଁ ଅମୃତସରର ବାସିନ୍ଦା। ମୋ ବାପା ସେଠାରେ ଜନ୍ମ ହୋଇଥିଲେ। କିନ୍ତୁ ମୋର ଜେଜେବାପା ଲାହୋରର ରହିଥିଲେ। ମୁଁ ଜାଣେ ତୁମେ ମଧ୍ୟ ଲାହୋରର। ଲାହୋର ସହ ମୋର ଅନେକ ସ୍ମୃତି ଜଡିତ ଅଛି। ଆମେ ଏବେ ଏକ ବଡ଼ ପ୍ରୋଜେକ୍ଟ ପାଇଁ କାମ କରୁଛୁ। ସେଥିରେ ତୁମକୁ ନେବା ପାଇଁ ଆମେ ଚିନ୍ତା କରୁଛୁ। ଦୁବାଇ ପହଞ୍ଚିଲେ ମୁଁ ତୁମକୁ କଲ୍ କରି ଜଣାଇବି।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button