ମନୋରଞ୍ଜନ

ତଥାକଥିତ ପ୍ରେମିକ ସୁକେଶଙ୍କୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ଜାକ୍‌ଲିନ୍‌! – Kalinga News

[ad_1]

ଆଜିକାଲି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌ ଫିଲ୍ମ ଅପେକ୍ଷା ତାଙ୍କ ତଥ‌ାକଥିକ ପ୍ରେମିକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ଅଧିକ ଚର୍ଚ୍ଚାରେ। ୨୦୦ କୋଟି ଟଙ୍କାର ଅର୍ଥ ହେର୍‌ଫେର୍‌ ମାମଲାରେ ସୁକେଶ ଛନ୍ଦି ହେବା ପରେ ଜାକ୍‌ଲିନ୍‌ଙ୍କ ନାମ ବି ସେଥିରେ ଯୋଡ଼ି ହୋଇଯାଇଥିଲା।

ଆମେ ଜାଣନ୍ତି ଯେ ଠକ ସ‌ୁକେଶ ଏବେ ଦିଲ୍ଳୀର ମାଣ୍ଡୋଲି ଜେଲ୍‌ରେ ଅଛନ୍ତି। ସେ ଜେଲ୍‌ରେ ରହି ଅଧିକାଂଶ ସମୟରେ ଜାକ୍‌ଲିନ୍‌ଙ୍କ ନିକଟକୁ ପ୍ରେମ ଚିଠି ପଠାନ୍ତି, ଯାହାକି ସୋସିଆଲ୍‌ ମିଡିଆ‌ରେ ଖୁବ୍‌ ଶୀଘ୍ର ଭାଇରାଲ୍‌ ହୋଇଥାଏ।

ଏଥିପାଇଁ ଅଭିନେତ୍ରୀ ଜାକ୍‌ଲିନ୍‌ ଠକ ସୁକେଶଙ୍କ ନାମରେ ନିକଟ ଅତୀତରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। କିନ୍ତୁ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଜ୍ୟାକଲିନ କିଛି ଦିନ ତଳେ ପ୍ରତ୍ୟାହାର କରି ନେଇଛନ୍ତି।

ଜେଲରେ ଥିବା ସୁକେଶ ତାଙ୍କୁ ବଦନାମ କରୁଥିବା ଏବଂ ଧମକ ଦେଉଥିବା ଅଭିଯୋଗ କରିଥିଲେ ଜାକ୍‌ଲିନ୍‌। ହେଲେ ଏବେ ସେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ପରେ ଏହାକୁ ନେଇ ଲୋକ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଜାକ୍‌ଲିନ୍‌ଙ୍କ ଏହି ପରିବର୍ତ୍ତନଶୀଳ ମନକୁ ବିଚାର କଲେ ସ୍ପଷ୍ଟ ଜାଣି ହେଉଛି ଯେ ସୁକେଶଙ୍କୁ ନେଇ ସେ ପୂରା ଦ୍ବନ୍ଦ୍ବରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button