ଦଙ୍ଗଲ ଅଭିନେତ୍ରୀ ସୁହାନି ଭଟନଗରଙ୍କର ୧୯ ବର୍ଷ ବୟସରେ ପରଲୋକ – Kalinga News

[ad_1]
ନୂଆଦିଲ୍ଲୀ : ଅମୀର ଖାନଙ୍କ ‘ଦଙ୍ଗଲ’ରେ ବବିତା କୁମାରୀ ଫୋଗଟ ଅଭିନୟ କରିଥିବ ସୁହାନି ଭଟନଗରଙ୍କର ଗତ ଫେବ୍ରୁଆରି ୧୬ ତାରିଖରେ ମୃତ୍ୟୁ ହୋଇଯାଇଛି। ୧୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସୁହାନିଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଗୋଡ଼ ଭାଙ୍ଗିବା ପାଇଁ ସେ ଖାଇଥିବା ମେଡିସିନର ପାର୍ଶ୍ବ ପ୍ରତିକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଅମୀର ଖାନଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ ତାଙ୍କର ମୃତ୍ୟୁ ସ୍ପଷ୍ଟ କରାଯାଇଛି। ‘ଦଙ୍ଗଲ’ ନିର୍ଦ୍ଦେଶକ ନିତେଶ ତିୱାରୀ କହିଛନ୍ତି, ସୁହାନିଙ୍କ ପରଲୋକ ଘଟଣା ନିଶ୍ଚିତ ଭାବେ ହୃଦୟବିଦାରକ। ସୁହାନିଙ୍କ ପରିବାର ସଦସ୍ୟଙ୍କୁ ସେ ସମବେଦନା ଜ୍ଞାପନ କରିଛନ୍ତି। ଫେବ୍ରୁଆରି ୧୭ରେ ସୁହାନିଙ୍କର ସଂସ୍କାର କାର୍ଯ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ବାପା ପୁନିତ ଭଟନଗର କହିଛନ୍ତି, ସୁହାନି ଏକ ବିରଳ ରୋଗ ଡିମାଟୋମାୟୋସିସ୍ରେ ପୀଡ଼ିତ ଥିଲେ। ଏହି ରୋଗ ଦ୍ବାରା ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ଚର୍ମ ମଧ୍ୟ ଖଣ୍ଡିଆ ହୋଇଯାଏ। ତାଙ୍କୁ ଷ୍ଟେରଏଡ ଦିଆଯାଉଥିଲା। ଏହା ଥିଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଏକମାତ୍ର ଚିକିତ୍ସା । କିନ୍ତୁ ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଏହି କାରଣ ପାଇଁ ସେ ଏକ ସଂକ୍ରମଣରେ ପୀଡ଼ିତ ଥିଲେ। ତାଙ୍କ ଫୁସଫୁସ ସଂକ୍ରମଣ ହୋଇଯିବାରୁ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କଲେ ଏବଂ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଗଲା।
[ad_2]