ଖେଳ ଖବର

ତୃତୀୟ ଟେଷ୍ଟ: ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ, ଇଂଲଣ୍ଡ ବିପକ୍ଷରେ ଭାରତ ୩୦୦ ରନ୍‌ରେ ଆଗୁଆ – Kalinga News

[ad_1]

ଅର୍ଦ୍ଧଶତକ ହାସଲ କଲେ ଶୁବମନ୍‌ ଗିଲ୍‌

ରାଜକୋଟ୍‌: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଶୃଙ୍ଖଳାରେ ଭାରତର ଯୁବ ବ୍ୟାଟ୍‌ର ଯଶସ୍ବୀ ଜୟସ୍ବାଲ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରାଜକୋଟରେ ଜାରି ଥିବା ଶୃଙ୍ଖଳାର ତୃତୀୟ ଦିନ ଶନିବାର ସେ ଶତକ ହାସଲ କରିଛନ୍ତି। ଜୟସ୍ବାଲ ନିଜ ଟେଷ୍ଟ କ୍ୟାରିୟରର ୭ମ ମ୍ୟାଚ୍‌ର ୧୩ତମ ପାଳିରେ ତୃତୀୟ ଶତକ ହାସଲ କରିଛନ୍ତି। ଭାରତର ଦ୍ବିତୀୟ ପାଳି ଜାରି ଥିବା ବେଳେ ୧୨୨ଟି ବଲ୍‌ ଖେଳି ୯ଟି ଚୌକା ଓ ୫ଟି ଛକା ବଳରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ପୂର୍ବରୁ ସେ ଗୋଟିଏ ଦ୍ବିଶତକ ଓ ୩ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିସାରିଛନ୍ତି।

ଯୁବ ବ୍ୟାଟର ଶୁବମନ୍‌ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୯୮ଟି ବଲ୍‌ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ରିପୋର୍ଟ ଲେଖାଯିବା ବେଳେକୁ ଭାରତ ଦ୍ବିତୀୟ ପାଳିରେ ଗୋଟିଏ ୱିକେଟ୍‌ ହରାଇ ୧୭୯ ରନ୍‌ କରିଛି। ଘରୋଇ ଟିମ୍‌ ପ୍ରଥମ ପାଳିରେ ୪୪୫ ରନ୍‌ କରିଥିବା ବେଳେ ଅତିଥି ଟିମ୍‌ର ସ୍କୋର ୩୧୯ ରନ୍‌ ଥିଲା। ଫଳରେ ଭାରତ ୩୦୫ ରନ୍‌ରେ ଆଗୁଆ ରହିଛି।

Photo: Aajtak

ଦ୍ବିତୀୟ ପାଳିରେ ଭାରତର ବ୍ୟାଟିଂ ଆରମ୍ଭ କରିଥିଲେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ଅଧିନାୟକ ରୋହିତ ଶର୍ମା। ରୋହିତ ଶର୍ମା ଜୋଏ ରୁଟ୍‌ଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇ ପାଭିଲିଅନ୍‌କୁ ଫେରିଥିଲେ। ସେ ୨୮ଟି ବଲ୍‌ ସାମ୍ନା କରି ୩ଟି ଚୌକା ସହାୟତାରେ ବ୍ୟକ୍ତିଗତ ଭାବେ ୧୯ରନ୍‌ କରିଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ସହିତ ଯୁବ ବ୍ୟାଟର ଶୁବମନ ଗିଲ କ୍ରିଜ୍‌ରେ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button