ପରିବାରର କୌଣସି ମହିଳା ବାହାରକୁ ଯାଇ ଏହି କାମ କଲେ ରାଗି ଯାଆନ୍ତି ବିଗ ବି – Kalinga News
[ad_1]
ମୁମ୍ବାଇ: ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କୁ ନେଇ ବଡ଼ ଖୁଲାସା କଲେ ଝିଅ ଶ୍ୱେତା ବଚ୍ଚନ । ଝିଅ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ ‘ହ୍ବାଟ ଦ ହେଲ ନବ୍ୟା ସିଜନ୍-୨’ରେ ଯୋଗ ଦେଇ ଶ୍ୱେତା ବଚ୍ଚନ, ବାପା ଅମିତାଭ ବଚ୍ଚନ କେଉଁ କଥାକୁ ପସନ୍ଦ କରନ୍ତିନି ତାହା ଜଣାଇଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ସେ ପ୍ରକାଶ କରିଛନ୍ତି ଯେ ପରିବାରର ମହିଳାମାନେ କେଶ କାଟିଲେ ବାପା ରାଗି ଯାଆନ୍ତି | ମୁଁ କି ତାଙ୍କ ବୋହୁ ବା ନାତି-ନାତୁଣୀ କେଶ କାଟି ଛୋଟ କରିଦେଲେ ସେ ବିରକ୍ତ ହୁଅନ୍ତି | ବାପାଙ୍କୁ ଲମ୍ବା କେଶ ପସନ୍ଦ | ସେଥିପାଇଁ ମା ମୋ କେଶର ଯତ୍ନ ନିଅନ୍ତି | କେଶକୁ ଶକ୍ତ ରଖିବା ପାଇଁ ମା କେଶରେ ପିଆଜ ରସ ଲଗାନ୍ତି | ମୋତେ ତାହାର ବାସ୍ନା ପସନ୍ଦ ନଥିଲେ ବି ମୁଁ ଚୁପଚାପ ଲଗାଇଦିଏ | ଶ୍ଵେତାଙ୍କ ଏହି ଖୁଲାସା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |
ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ‘କଫି ଉଇଥ କରନ’ରେ ଯୋଗ ଦେଇ ଶ୍ୱେତା ବଚ୍ଚନ ଭାଉଜ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ କହିଥିବା କଥା ପାଇଁ ଚର୍ଚ୍ଚାକୁ ଆସିଥିଲେ | ଭାଉଜଙ୍କ କେଉଁ ଗୁଣକୁ ପସନ୍ଦ କରନ୍ତି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, ଭାଉଜଙ୍କୁ ଫୋନ କଲେ ସେ ଯଦି ନ ଉଠାଇ ପାରିଲେ ତେବେ ପରେ ଫୋନ ବି କରନ୍ତି ନାହିଁ | ସବୁବେଳେ ସେ ଫୋନ କରିବାକୁ ଭୁଲିଯାଆନ୍ତି |
[ad_2]