ମନୋରଞ୍ଜନ

ବିଳମ୍ବରେ ଭାଲେଣ୍ଟାଇନ୍‌ ଡେ’ ପାଳିଲେ ପ୍ରିୟଙ୍କା ଚୋପ୍ରା; ଫଟୋ ସେୟାର କରି ଲେଖିଲେ ଏପରି – Kalinga News

[ad_1]

ନୂଆଦିଲ୍ଲୀ: ଫେବ୍ରୁଆରି ୧୪ ତାରିଖରେ ସାରା ବିଶ୍ବ ଭାଲେଣ୍ଟାଇନ୍ସ ଡେ’ ପାଳନ କରିଥିବା ବେଳେ ଏହି ଦିନକୁ ବିଳମ୍ବରେ ମନାଇଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ସ୍ବାମୀଙ୍କ ସହ ଫଟୋ ସେୟାର କରିଥିବାର ଦେଖିବାକୁ ମିଳିଛି।

ସେ ତାଙ୍କ ପୋଷ୍ଟ୍‌ରେ ସ୍ବାମୀଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ଅନେକଗୁଡ଼ିଏ ଫଟୋ ସେୟାର୍‌ କରିଛନ୍ତି। ଫଟୋଗୁଡ଼ିକ ମଧ୍ୟରେ ଝିଅ ମାଳତୀ ଓ ପତିପତ୍ନୀଙ୍କର ଏକ ବାହାଘରର ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଯାହା ପ୍ରଶଂସକଙ୍କ ହୃଦୟ ଜିତିଛି।
ପ୍ରିୟଙ୍କା ଚୋପ୍ରା କିଛି ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସାତୋଟି ଫଟୋ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘‘ମୋର ସବୁଦିନିଆ ଭାଲେଣ୍ଟାଇନ୍। ତୁମର ହୃଦୟର ରାସ୍ତା ମୁଁ ଜାଣେ ଓ ସେହି ଦିଗକୁ ହିଁ ଦୌଡ଼େ।’’

ଏହି ପୋଷ୍ଟ ସେୟାର ହେବା ମାତ୍ରେ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରି ଦମ୍ପତିଙ୍କୁ ପ୍ରଶଂସା କରିଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ସେ ତୁମକୁ ଯେପରି ଦେଖନ୍ତି ତାହା ଖୁବ୍ ସୁନ୍ଦର ଅଟେ।’’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ନିକ ଜିଜୁ ସବୁଦିନ ପାଇଁ ସବୁଜ ପତାକା।’’
ଫଟୋଗୁଡ଼ିକ ବିଷୟରେ କହିବାକୁ ଗଲେ, ପ୍ରଥମ ଫଟୋରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ଦ୍ୱିତୀୟଟି ହେଉଛି ଏକ ଭିଡିଓ ଯେଉଁଥିରେ କିଛି ଲୋକ ଗିଟାର ବଜାଉଥିବାର ନଜର ଆସିଛନ୍ତି। ତୃତୀୟ ଫଟୋ ଏକ ଫ୍ୟାସନ ବ୍ରାଣ୍ଡରୁ ଉପହାର। ଚତୁର୍ଥ ଫଟୋରେ ମାଲ୍‌ତୀ ମ୍ୟାରିଙକ ହାତ ଦୃଶ୍ୟମାନ ହେଉଛି। ପଞ୍ଚମ ଫଟୋ ମଧ୍ୟ ମାଲତୀଙ୍କର, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଷଷ୍ଠ ଫଟୋ ଏକ ଖାଦ୍ୟର। ସପ୍ତମ ତଥା ଶେଷ ଚିତ୍ର ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ବିବାହ, ଯେଉଁଥିରେ ନିକ ଜୋନାସ ତାଙ୍କୁ ଦେଖୁଥିବାର ନଜର ଆସିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button