ଦେଶ- ବିଦେଶ

ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ, ଅବୈଧ କହିଲେ ସୁପ୍ରିମକୋର୍ଟ – Kalinga News

[ad_1]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଐତିହାସିକ ରାୟ ଦେଇ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅସାମ୍ବିଧାନିକ କହିଛନ୍ତି। ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ଏହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ନିର୍ବାଚନୀ ବଣ୍ଡ୍ ଯୋଜନାକୁ ଅବୈଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ସହ ଏହି ବିବାଦୀୟ ରାଜନୈତିକ ପାଣ୍ଠି ପଦ୍ଧତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଲ୍ଲେଯୋଗ୍ୟ ଯେ ନିର୍ବାଚନୀ ବଣ୍ଡ୍ ଯୋଜନା ଆରମ୍ଭରୁ ହିଁ ବିବାଦରେ ରହିଛି। ସୁପ୍ରିମକୋର୍ଟ ଆଜି ଏସ୍ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ)କୁ ନିର୍ବାଚନୀ ବଣ୍ଢ୍ ପଦ୍ଧତିକୁ ତୁରନ୍ତ ଅଚଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ବଣ୍ଡ୍ ଯୋଜନା ଧାରା ୧୯ (୧)ର ଉଲ୍ଲଂଘନ କରୁଛି ଏବଂ ଏହା ଅସାମ୍ବିଧାନିକ। ଯେଉଁ ବ୍ୟାଙ୍କ ଜରିଆରେ ଏହି ନିର୍ବାଚନୀ ବଣ୍ଡ୍ ଆସୁଛି ସେମାନେ ତୁରନ୍ତ ଏହି ନିର୍ବାଚନୀ ବଣ୍ଡ୍ ଆସିବାକୁ ବନ୍ଦ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ଯୋଜନା ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ରାଜନୈତିକ ଦଳ ମାନେ ନିର୍ବାଚନୀ ବଣ୍ଡ୍ ଜରିଆରେ ପାଇଥିବା ସମସ୍ତ ଅନୁଦାନର ବିସ୍ତୃତ ବିବରଣୀ ଦେବାପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିସନ ଏସବିଆଇଠାରୁ ବିସ୍ତୃତ ତଥ୍ୟ ପାଇବେ ବୋଲି ଆଶା କରିଛନ୍ତି। ଥରେ ଏହି ସୁଚନା ସବୁ ସଂଗ୍ରହ ହେବାପରେ ନିର୍ବାଚନ କମିସନ ଏସଂକ୍ରାନ୍ତରେ ସମସ୍ତ ତଥ୍ୟ ଏହାର ଅଫିସିଆଲ ୱେବସାଇଟରେ ପକାଇବାକୁ କୁହାଯାଇଛି। ପ୍ରଧାନ ବିଚାରପତି କହିଛନ୍ତି ଏସବିଆଇ ନିର୍ବାଚନୀ ବଣ୍ଡ୍ ଦ୍ବାରା ଆସିଥିବା ପାଣ୍ଠିର ବିସ୍ତୃତ ଏବଂ ଯେଉଁ ରାଜନୈତିକ ଦଳ ଏହି ପାଣ୍ଠି ଗ୍ରହଣ କରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ଉଚିତ। ସମସ୍ତ ତଥ୍ୟ ଏସବିଆଇ ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିସନରେ ଦାଖଲ କରିବେି ଏବଂ ଏହି ସମସ୍ତ ତଥ୍ୟକୁ ନିର୍ବାଚନ କମିସନ ୱେବସାଇଟରେ ବେବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ନିର୍ବାଚନୀ ବଣ୍ଡ୍ ଯୋଜନା ୨୦୧୮ରୁ ଆରମ୍ଭ ହୋଇଛି। ରାଜନୈତିକ ପାଣ୍ଠିରେ ସ୍ବଚ୍ଛତା ରଖିବା ଉଦ୍ଦେଶ୍ୟରେ ଏହା ଆରମ୍ଭ ହୋଇଥିଲା। କିନ୍ତୁ କିଛି ସମାଲୋଚକଙ୍କ ମତରେ ଏହି ଯୋଜନା ଦ୍ବାରା ଦୁର୍ନୀତି ହେଉଛି। ତେବେ ନିର୍ବାଚନୀ ବଣ୍ଡ୍ ଯୋଜନା ସୃଷ୍ଟି ପାଇଁ ଅର୍ଥ ଆଇନ ୨୦୧୭ ଦ୍ବାରା କରାଯାଇଥିବା ସଂଶୋଧନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏନେଇ ୩ ଜଣ ଆବେଦନକାରୀ ଆବେଦନ କରିଥିଲେ। ସେମାନଙ୍କ ଅନୁଯାୟୀ ଏହି ନିର୍ବାଚନୀ ବଣ୍ଡରେ ଥିବା ଗୋପନୀୟତା ରାଜନୈତିକ ପାଣ୍ଠିରେ ସ୍ବଚ୍ଛତା ହ୍ରାସ କରୁଛି ଏବଂ ଏହା ଜାଣିବାର ଅଧିକାର ଉଲ୍ଲଂଘନ କରୁଛି। ଉକ୍ତ ଯୋଜନା ମଧ୍ୟ ସେଲ୍ କମ୍ପାନିରୁ ଅନୁଦାନକୁ ଅନୁମତି ଦେଉଛି ବୋଲି ଦାବି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଉକ୍ତ ଯୋଜନାକୁ ସମର୍ଥନ କରିଥିଲେ ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button