ରାଜନୀତି

ସୁଜିତ ମେହେରଙ୍କୁ ନେଇ ଚର୍ଚ୍ଚା ବଢ଼ିଲା: ସବୁ ଘରୋଇ କମ୍ପାନିରୁ ଇସ୍ତଫା ଦେଲେ – Kalinga News

[ad_1]

ଶଙ୍ଖମୁହାଁ ହେବା ନେଇ କଳ୍ପନାଜଳ୍ପନା, ବିଜେପିରୁ ସୁଜିତଙ୍କ କାକା ବୁଲାଉଛନ୍ତି ‘ମମିତା ରଥ’

ଭବାନୀପାଟଣା: ସମସ୍ତ ଘରୋଇ କମ୍ପାନିରୁ ଇସ୍ତଫା ଦେବା ପରେ ଅନ୍ତର୍ଜାତୀୟ ଫେସନ ଡିଜାଇନର ସୁଜିତ ମେହେରଙ୍କୁ ନେଇ କଳାହାଣ୍ଡିରେ ରାଜନୀତି ଚର୍ଚ୍ଚା ଜୋର ଧରିଛି। ଏପଟେ ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ବିଜେପି ପକ୍ଷରୁ ମନୋଜ ମେହେରଙ୍କ ନେତୃତ୍ବରେ ‘ମମିତା ରଥ’ ବୁଲୁଥିବା ବେଳେ ଅନ୍ୟପଟେ ତାଙ୍କ ପୁତୁରା ସୁଜିତ ମେହେର ବିଜେଡିମୁହାଁ ହେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୁଜିତ ଧର୍ମଗଡ଼ ନା’ ଜୁନାଗଡ଼ରୁ ବିଧାୟକ ପ୍ରାର୍ଥୀ ହେବେ ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାର ଅନ୍ତର୍ଜାତୀୟ ଫେସନ ଡିଜାଇନର ସୁଜିତ ମେହେର ପୂର୍ବରୁ ତିଳୋତ୍ତମା କମ୍ପାନିର ସଂସ୍ଥାପକ ଓ ନିର୍ଦ୍ଦେଶକ, ଭାରତ ଖଦିବୋର୍ଡର ଉପଦେଷ୍ଟା, ଅନ୍‌ଲାଇନ ପ୍ଲାଟଫର୍ମ ମିନ୍ତ୍ରା କମ୍ପାନି ଭଳି ବହୁ ଘରୋଇ କମ୍ପାନି‌ ସହିତ ସମ୍ପୃକ୍ତ ଥିଲେ। ମଙ୍ଗଳବାର ଏହିସବୁ ଘରୋଇ କମ୍ପାନି ଗୁଡ଼ିକରୁ ସେ ଇସ୍ତଫା ଦେଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି। ପୂର୍ବରୁ ସେ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚନ ଲଢ଼ିବା ପାଇଁ ତୃଣମୂଳ ସ୍ତରରେ ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ।

ଜୁନାଗଡ଼ ନିର୍ବାଚନମଣ୍ଡଳୀର ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି କରି ଗତଥରର ବିଜେପି ବିଧାୟକ ପ୍ରାର୍ଥୀ ମନୋଜ ମେହେର ଗତ ୧୨ ତାରିଖରୁ ମମିତା ମେହେର ନ୍ୟାୟଯାତ୍ରା ଆରମ୍ଭ କରିଛନ୍ତି। ଏହି ରଥ ଜୁନାଗଡ଼ ନିର୍ବାଚନମଣ୍ଡଳୀର ଜୁନାଗଡ଼ ବ୍ଲକ୍‌ ଓ ଗୋଲାମୁଣ୍ଡା ବ୍ଲକ୍‌ ପରିକ୍ରମା କରିବ। ମନୋଜ ସୁଜିତଙ୍କ କାକା ଅଟନ୍ତି। ବର୍ତ୍ତମାନ ମମିତା ମେହେର ଘଟଣା ପାଇଁ ଜୁନାଗଡ଼ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ବିବାଦୀୟ ହୋଇପଡ଼ିଥିବା ବେଳେ ସୁଜିତ ବିଜେଡିମୁହାଁ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ମମିତା ମେହେର ଘଟଣାକୁ ଚେକ୍‌ମେଟ ଦେବା ପାଇଁ ସୁଜିତଙ୍କୁ ବିଜେଡି ମୋହରା କରିପାରେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଚାଲିଛି। ସେହିଭଳି ସୁଜିତଙ୍କ ବଡ଼ବାପା ହିଂମାଶୁ ଶେଖର ମେହେର ବିଜେପିର ପୂର୍ବତନ ମନ୍ତ୍ରୀ ଅଟନ୍ତି। ସୁଜିତ ଜୁନାଗଡ଼ରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେଲେ ଉଭୟ ମନୋଜ ଓ ହିମାଂଶୁଙ୍କୁ ଚକମା ଦେଖାଇବା ସହିତ ମମିତା ଘଟଣାକୁ ଦଳ ଚପାଇ କ୍ଷତି ଭରଣା କରିବା ପାଇଁ ବିଜେଡି ରଣନୀତି ଆପଣାଇ ପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଗତ କିଛି ମାସ ତଳେ ୫-ଟି’ ଅଧ୍ୟକ୍ଷଙ୍କୁ ସୁଜିତ ମେହେର ଭେଟିବା ପରେ ରାଜନୀତି ସରଗରମ ଆରମ୍ଭ ହୋଇଥିଲା। ଏହା ପରେ ସେ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ବୁଲିବା ଆରମ୍ଭ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button