ସ୍ୱାସ୍ଥ୍ୟ

Belly Fat Loss Tips: କେବଳ 1 ସପ୍ତାହରେ ସଂପୂର୍ଣ୍ଣ ତରଳିଯିବ ଆପଣଙ୍କ ପେଟର ଚର୍ବି, ଥରେ ଏହିଭଳି ବନେଇ ସେବନ କରନ୍ତୁ ଏହି ମ୍ୟାଜିକାଲ ଡ୍ରିଙ୍କ

ମୋଟାପଣ ଆଜିକାଲିର ସବୁଠୁ ବଡ ସମସ୍ଯା । ଅନେକ ଲୋକ ମୋଟାପଣକୁ ନେଇ ଚିନ୍ତିତ ରହୁଛନ୍ତି । କିନ୍ତୁ ବ୍ଯସ୍ତବହୁଳ ଜୀବନ ମଧ୍ୟରେ ସେଥିପ୍ରତି ଧ୍ୟାନ ଦେବାକୁ ସମୟ ମିଳୁନାହିଁ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଡ୍ରିଙ୍କ ନେଇ ଆସିଛୁ ଯାହା ଆପଣଙ୍କ ପେଟର ଚର୍ବିକୁ ତରଳାଇବାରେ ସାହାଯ୍ୟ କରିବ । ଏହାସହ ଯେଉଁ ମାନଙ୍କର ପିସିଓଏସ ସମସ୍ଯା ଓ ଥାଇରଏଡ ଭଳି ସମସ୍ଯା ରହିଛି ତାହା ମଧ୍ୟ ଭଲ କରିବାରେ ସାହାଯ୍ୟ କରିବ । ଚାଲନ୍ତୁ ଦେଖିବା କେମିତି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ ।

ଏହି ଉପଚାର ପ୍ରସ୍ତୁତୁ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆବଶ୍ୟକ ହେବ ଜୀରା । ଏହା ଆପଣଙ୍କ ହଜମଶକ୍ତି ବଢାଇଥାଏ ଓ ଏସିଡିଟି ସମସ୍ଯା ମଧ୍ୟ ଦୂର କରିଥାଏ । ଏଥିରେ ଆଣ୍ଟି-ଏଜିଙ୍ଗ ଗୁଣ ମଧ୍ୟ ରହିଥାଏ ଓ ପେଟ ଚର୍ବି କମ୍ କରିବା ପାଇଁ ଏହା ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ଅଦା । ଏହା ଆପଣଙ୍କ ମେଟାବୋଲିଜିମକୁ ବଢାଇଥାଏ ଓ ବେଲି ଫ୍ୟାଟ କମ୍ କରିଥାଏ ।

ତୃତୀୟ ସାମଗ୍ରୀ ଅପନନକୁ ଆବଶ୍ୟକ ହେବ ତାହା ହେଉଛି ଫାଳେ ଲେମ୍ବୁ ରସ । ଏଥିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ରହିଥାଏ ଓ ଏହା ଆମ ଶରୀରରେ ଥିବା ଟକ୍ସିନକୁ ବାହାର କରିଥାଏ । ଏହି ଉପଚାର ପ୍ରସ୍ତୁତ ପାଇଁ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ମହୁ । ଏହା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଭିଟାମିନ ମାନନକ ଗନ୍ଥାଘର ହୋଇଥାଏ ।

ମହୁ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ଫ୍ୟାଟ ମଧ୍ୟ ତରଳାଇଥାଏ । ପ୍ରଥମେ ଅପ୍ନା ଏକ ପାତ୍ରରେ ଏକ ଗ୍ଳାସ ପାଣି ଗରମ କରନ୍ତୁ । ପାଣି ଫୁଟି ଆସିଲେ ଏଥିରେ ଏକ ଚାମୁଚ ଜୀରା ପକାନ୍ତୁ ଓ ଏହାପରେ ଅଦାକୁ ଟିକେ ଛେଚି କିମ୍ବା ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ପକାନ୍ତୁ । ଏଥିପାଇଁ ଆପଣ ଏକ ଇଞ୍ଚର ଗୋଟିଏ ଅଦା ଖଣ୍ଡ ନେବେ । ଅଦା ଓ ଜୀରାକୁ ପାଣିରେ ଭଲ ଭାବେ ଫୁଟିବାକୁ ଦିଅନ୍ତୁ ।

ଭଲ ଭାବେ ଫୁଟିବା ପରେ ଦେଖିବେ ପାଣିର ରଙ୍ଗ ବଦଳିଯିବ । ଏହାପରେ ଗ୍ଯାସକୁ ବନ୍ଦ କରି ଏହି ପାଣିକୁ ହାଲୁକା ଗରମ ହେବା ଯାଏଁ ସେହିପରି ଛାଡି ଦିଅନ୍ତୁ । ପାଣିକୁଆ ପୁରା ଥଣ୍ଡା ହେବାକୁ ଦେବେନି । ସାମାନ୍ଯ ଉଷୁମ ଥିବା ବେଳେ ଏହାକୁ ସେବନ କରିବେ । ଏହି ପାଣିକୁ ଏକ କପ୍ କୁ ଛାଣି ନିଅନ୍ତୁ ।

ଏହାପରେ ସେଥିରେ ଫାଳେ ଲେମ୍ବୁକୁ ଚିପୁଡି ଦିଅନ୍ତୁ । ଫାଳେ ଲେମ୍ବୁ ରସ ମିଶାଇବା ପରେ ସେଥିରେ ଏକ ଚାମୁଚ ମହୁ ମିଶାଇ ଦିଅନ୍ତୁ । କେବେବି ଗରମ ପାଣି କିମ୍ବା ଗରମ କ୍ଷୀରରେ ମହୁକୁ ମିଶାଇବେ ନାହିଁ । ଅଳ୍ପ ଉଷୁମ ଥିବାବେଳେ ହିଁ ମହୁ ମିଶାନ୍ତୁ ।

ଏହିଭଳି ପାନୀୟ ପ୍ରସ୍ତୁତ କରି ଆପଣ ସକାଳୁ ପେଟରେ ଏବଂ ଲଞ୍ଚ କରିବାର ଦୁଈ ଘଣ୍ଟା ପରେ ସେବନ କରନ୍ତୁ । ଏଭଳି ମାସେ କିମ୍ବା ଦୁଇ ମାସ ପିଅନ୍ତୁ ଏହା କେତେ ପ୍ରଭାବଶାଳୀ ଆପଣ ନିଜେ ଅନୁଭବ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button