ହୃଦଘାତର ଶିକାର ହୋଇ କାମକୁ ଫେରିବା ପରେ ଶ୍ରେୟସଙ୍କ ପ୍ରତିକ୍ରିୟା – Kalinga News

[ad_1]
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଶ୍ରେୟସ ତଲପଡେ କିଛିଦିନ ତଳେ ହୃଦଘାତର ଶିକାର ହୋଇଥିଲେ ।

Sambad is now on WhatsApp
Join and get latest news updates delivered to you via WhatsApp
ସୁଟିଂ ସେଟରୁ ଘରକୁ ଫେରିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ମୁମ୍ବାଇ ବେଲେଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ୍ରି କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଚିକିତ୍ସା ପରେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିଲା । ହସ୍ପିଟାଲରେ ୬ଦିନ ରହିବା ପରେ ତାଙ୍କୁ ଘରକୁ ଛୁଟି ମିଳି ଯାଇଥିଲା ବୋଲି ଅଭିନେତାଙ୍କ ସ୍ତ୍ରୀ ଦୀପ୍ତି ସୂଚନା ଦେଇଥିଲେ।
ବହୁ ହିନ୍ଦୀ ଚଳଚ୍ଚିତ୍ର ସହିତ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରି ସାରିଥିବା ଶ୍ରେୟସ ତଲପଡେ ହୃତଘାତର ଶିକାର ହେବାପରେ ଫେବ୍ରୁଆରି ୧୩ ତାରିଖରେ ପୁଣିଥରେ କାମକୁ ଫେରି ଆସିଥିବା ସୂଚନା ମିଳିଛି।
ଶ୍ରେୟସ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ‘ୱେଲକମ ଟୁ ଜଙ୍ଗଲ’ର ସୁଟିଂ କରୁଛନ୍ତି। ଶ୍ରେୟସ କାମକୁ ଫେରିବା ପରେ କହିଛନ୍ତି, ‘ଏବେ ବି ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହିଁ। ପ୍ରତିଦିନ ଧୀରେଧୀରେ ଭଲ ହେଉଛି। ଜଗିରଖି କାମ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆଶ କରୁଛି ଶୀଘ୍ର ସୁସ୍ଥ ହୋଇଯିବ। କାମ କରିବାକୁ ପୂର୍ବ ଅପେକ୍ଷା କଷ୍ଟ ହେଉଛି, କିନ୍ତୁ ମୋର ପ୍ରଶଂସକମାନଙ୍କ ପାଇଁ ସବୁ ସହିଯିବି। ମୁଁ ମୋର ପ୍ରଶଂସକ ଓ ଡାକ୍ତରଙ୍କ ନିକଟରେ କୃତଜ୍ଞ। ଯେଉଁମାନେ ମୋତେ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ।’
[ad_2]